Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସିଷ୍ଟମରେ ଆଣ୍ଟିଭାଇରସ ଅପଲୋଡ଼ କରିବା ଆଳରେ ଲୁଟ୍

Manini Pattanayak
Browse all articles by Manini Pattanayak
·1 year ago·1 min read
ସିଷ୍ଟମରେ ଆଣ୍ଟିଭାଇରସ ଅପଲୋଡ଼ କରିବା ଆଳରେ ଲୁଟ୍

ଭୁବନେଶ୍ୱର:  ସାଇବର ଲୁଟେରାଙ୍କ ନୂଆ ତରିକା । ସିଷ୍ଟମରେ ଆଣ୍ଟିଭାଇରସ ଅପଲୋଡ଼ କରିବା ଆଳରେ ଲୋକଙ୍କ ସିଷ୍ଟମକୁ ନିଜ ଆୟତ୍ତକୁ ଆଣି କରୁଥିଲେ ଲୁଟ୍ । ରାଜଧାନୀ ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟରେ କଷ୍ଟମର କେୟାର ସେଣ୍ଟର ଖୋଲି ଲୋକଙ୍କୁ ଲୁଟ୍ କରୁଥିଲେ । ଗତକାଲି ସାଇବର ଏବଂ ଏକୋନୋମି ଅଫେନସେସ ଥାନା ପକ୍ଷରୁ ଏକ ବିଶେଷ ସୂତ୍ରରୁ ଖବର ପାଇଁ ରେଡ କରାଯିବା ସହ ଛଅ ଜଣକୁ ଗିରଫ କରାଯାଇଛି । ଗିରଫ ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗ ଅଂଚଳର । 

ପୋଲିସ ପକ୍ଷରୁ ଉକ୍ତ ସ୍ଥାନରୁ କିଛି ଇଲୋକ୍ଟ୍ରୋନିକ ସାମଗ୍ରୀ ଜବତ କରାଯିବା ସହ ଫରେନସିକ ଲ୍ୟାବକୁ ପଠାଯାଇଛି । ଏହା ସହ କିଛି ଏକ୍ସପର୍ଟଙ୍କ ପରାମର୍ଶ ନିଆଯାଉଛି । କମିଶନରେଟ ପୋଲିସ ପକ୍ଷରୁ ଏକ ଟିମ କୋଲକାତା ପଠାଯିବା ସହ ଅଭିଯୁକ୍ତ 6 ଜଣଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ହାସଲ କରାଯିବ । ଏହି ଅଭିଯୁକ୍ତମାନେ କେବଳ ଖାଲି ଦେଶ ଭିତରେ ନୁହଁ ଦେଶ ବାହାରେ ମଧ୍ୟ ଲୋକଙ୍କୁ ଠକିଥିବା କମିଶନରେଟ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାବାକୁ ପାଇଛି । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Loot by uploading antivirus to the system | Argus News