Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦାମୀ କାରରେ ଆସିଲେ, ଆଖି ପିଛୁଳାକେ ଲୁଟିନେଲେ

Banajyotshna Ray
Browse all articles by Banajyotshna Ray
·2 years ago
ଦାମୀ କାରରେ ଆସିଲେ, ଆଖି ପିଛୁଳାକେ ଲୁଟିନେଲେ

ଅର୍ଗସ ବ୍ୟୁରୋ:  ଦାମୀ କାରରେ ଆସିଲେ, ଆଖି ପିଛୁଳାକେ ଲୁଟିନେଲେ । ରାଜଧାନୀରେ ଦମ୍ପତ୍ତିଙ୍କ କଳାକାରନାମା । ଭୁବନେଶ୍ବର ବଡ଼ଗଡ଼ ଥାନା ଲୁଇସ ରୋଡ଼ ଠାରେ ଲୁଟ୍  । ଲୁଇସ ରୋଡ଼ ଠାରେ ଥିବା ରେବା ଗାର୍ମେଣ୍ଟ ନାମକ ଦୋକାନରୁ ଏଭଳି ଚୋରି ହୋଇଛି । ସ୍ବାମୀ, ସ୍ତ୍ରୀ ଏକ ଧଳା ରଙ୍ଗର କାରରେ ଆସିଥିଲେ । ଦୋକାନ ଭିତରେ ପ୍ରବେଶ କରି ମହିଳା ସେଲସ୍ ମ୍ୟାନଙ୍କୁ ଡାକି କିଛି କିଣିବା ପାଇଁ ସାଇଡ଼ ହେବା ପରେ କାଉଣ୍ଟର ଡ୍ର ଖୋଲି ମଉକା ଦେଖି ହାତ ସଫେଇ କରିଥିଲେ । ଦମ୍ପତି ହିନ୍ଦୀ ଭାଷାରେ କଥା ହେଉଥିଲେ । ଲୁଟ୍ ପରେ ବଡ଼ଗଡ଼ ଥାନାର ଦ୍ବାରସ୍ଥ ହୋଇଛନ୍ତି ବ୍ୟବସାୟୀ ଜଣଙ୍କ । ସିସିଟିଭିରୁ ବର୍ତ୍ତିବା ପାଇଁ ଲୁଟେରା ଜଣଙ୍କ ମୁହଁରେ ମାସ୍କ ମଧ୍ୟ ପିନ୍ଧିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
loot in bhubaneswar | Argus News