Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଠାକୁରାଣୀଙ୍କୁ ବି ଛାଡିଲେନି ଦୁର୍ବୃତ୍ତ, ସୁନା ଅଳଙ୍କର ଲୁଟିନେଲେ

Odisha

ଠାକୁରାଣୀଙ୍କୁ ବି ଛାଡିଲେନି ଦୁର୍ବୃତ୍ତ, ସୁନା ଅଳଙ୍କର ଲୁଟିନେଲେ

Smruti Parija
Browse all articles by Smruti Parija
·2 years ago
ଠାକୁରାଣୀଙ୍କୁ ବି ଛାଡିଲେନି ଦୁର୍ବୃତ୍ତ, ସୁନା ଅଳଙ୍କର ଲୁଟିନେଲେ

ବାଲେଶ୍ୱର:  ଠାକୁରାଣୀଙ୍କ ମନ୍ଦିରର ତାଲା ଭାଙ୍ଗି 5 ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଏବଂ ଆସବାବପତ୍ର ଲୁଟି ନେଲେ ଦୁର୍ବୃତ୍ତ ।  ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଲକ୍ଷ୍ମଣପଡା ଗ୍ରାମରେ ଥିବା ମା ଲକ୍ଷ୍ମଣଶ୍ରୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଲୁଟ୍ ହୋଇଛି । 

ଆଜି ସକାଳେ ସ୍ଥାନୀୟ ଲୋକେ ମନ୍ଦିରକୁ ଆସି ଥିବାବେଳେ ତାଲା ଭାଙ୍ଗି ତଳେ ପଡିଥିବା ଦେଖି ବସ୍ତା ପୋଲିସକୁ ଖବର ଦେଇ ଥିଲେ ।  ଠାକୁରାଣୀଙ୍କ ସୁନା ଅଳଙ୍କାର ସମେତ ଆସବାବପତ୍ର ଲୁଟ୍ କରି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି । 

ଆନୁମାନିକ 5 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୂନା ଅଳଙ୍କାର ଲୁଟ୍ ହୋଇଥିବା ଜଣାପଡିଛି ।  ଖବର ପାଇ ଘଟଣାସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଅପରାଧ ଖବର

Painting
Sponsored
looted gold jewelery and furniture worth over Rs 5 lakh-from-maa-laxmanashree-temple-baliapala-baleswar | Argus News