Videos
|
Odisha

ଚାକିରି ଦେବାର ପ୍ରଲୋଭନ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଚାକିରି ଦେବାର ପ୍ରଲୋଭନ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା

ବ୍ରହ୍ମପୁର : କେନିଆରେ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଚଳୁ । ବ୍ରହ୍ମପୁରର କିଛି ଯୁବକଙ୍କ ନାଁରେ ପ୍ରସ୍ତୁତ ହୋଇଥିଲା ଭିସା। ଚାକିରି ଦେବା ନାଁରେ ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ ହୋଇଛି।ବ୍ରହ୍ମପୁରରେ ବେକାରୀ ଯୁବକଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।କେନିଆରେ ଚାକିରି ଦେବାକୁ କହି ଠକେଇ କରିଛନ୍ତି ଅଭିଯୁକ୍ତ।ଏମାନଙ୍କ ନିକଟରୁ ୯୨ଟି ପାସପୋର୍ଟ ଜବତ ହୋଇଛି।ଠକେଇ ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି । 

ଅଧିକ ପଢନ୍ତୁ :ବିଳମ୍ବିତ ରାତିରେ ବ୍ୟାଙ୍କ ଲୁଟ ଉଦ୍ୟମ

ଗୋଳନ୍ଥରାର ଜଣେ ଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ଦୁଇ ଜଣଙ୍କ ଦ୍ୱାରା ଲୁଟର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ପାସପୋର୍ଟ ଓ ୧୦ଲକ୍ଷ ଟଙ୍କା ଦେଇଥିଲେ ତେବେ ଯେଉଁ କମ୍ପାନୀରେ ଚାକିରି କରିବା ପାଇଁ ଅଭିଯୁକ୍ତ ମାନେ କହିଥିଲେ ତାହା ନକଲି ହୋଇଥିବା ସନ୍ଦେହ କରି ଅଭିଯୋଗ କରିଥିଲେ ଠକେଇ ଶିକାର ହୋଇଥିବା ଲୋକ । ଅଭିଯୋଗ ପରେ ପୁଲିସ ତଦନ୍ତ କରି ଘଟଣାରେ ସତ୍ୟତା ଥିବା ଜାଣିବାକୁ ପାଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଅଂଚଳର ସି.ଏଚ ମୋହନ ରେଡ୍ଡୀ, ଶ୍ରୀକାକୁଲମର ସୀମାଂଚଳ ଓ ଦିଲେଶ୍ୱର ରାଓକୁ ଗିରଫ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Looted lakhs of rupees by showing the temptation of giving jobs | Argus News