Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଅତିଥି ବେଶରେ ଆସିଲେ , ଖାଇପିଇ ଲୁଟିନେଲେ ୪ ଲକ୍ଷ ସହ ସୁନାଗହଣା

Odisha

ଅତିଥି ବେଶରେ ଆସିଲେ , ଖାଇପିଇ ଲୁଟିନେଲେ ୪ ଲକ୍ଷ ସହ ସୁନାଗହଣା

Swayangprajna Mishra
Browse all articles by Swayangprajna Mishra
·2 years ago
ଅତିଥି ବେଶରେ ଆସିଲେ , ଖାଇପିଇ ଲୁଟିନେଲେ ୪ ଲକ୍ଷ ସହ ସୁନାଗହଣା

ଅର୍ଗସ ବ୍ୟୁରୋ : ଅତିଥି ବେଶରେ ଆସିଲେ, ଖାଇଲେ ପିଇଲେ, ଲୁଟି ନେଇ ଚାଲିଗଲେ । ଗୋଟିଏ ଦିନରେ ରାଜଧାନୀର ଦୁଇଟି ବାହା ମଣ୍ଡପରୁ ଲୁଟ୍। ମେ ଫେୟାର ମ୍ୟାରେଜ ହଲ ଏବଂ ବଡ଼ଗଡ଼ ଅଞ୍ଚଳର ବିବାହ ମଣ୍ଡପରୁ ଲୁଟ। ଏନେଇ ମୈତ୍ରୀବିହାର ଏବଂ ବଡଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ବଡଗଡ଼ ଅଞ୍ଚଳର ବିବାହ ମଣ୍ଡପ ରୁ 4ଲକ୍ଷ ରୁ ଅଧିକ ଟଙ୍କା ର ସୁନା ଗହଣା ଓ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ଅଧିକ ପଢନ୍ତୁ : ରାଜଧାନୀ ରାସ୍ତାରେ ଛାତିଥରା ଭିଡିଓ, ଅଳ୍ପକେ ବର୍ତ୍ତିଲା ଜୀବନ

ସେହିପରି ମେ ଫେୟାର ମ୍ୟାରେଜ ହଲରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା, ଗିପ୍ଟ, ଟଙ୍କା ଓ ମୋବାଇଲ ଲୁଟ ହୋଇଥିବା ଅଭିଯୋଗ। ଘଟଣା ର ସମସ୍ତ ଚିତ୍ର ସିସିଟିଭି ରେ କଏଦ ହୋଇଛି। ସିସିଟିଭି ଓ ଆଭିଯୋଗକାରିଙ୍କ ବୟାନ ଆଧାରରେ ତଦନ୍ତ କରୁଛି ପୋଲିସ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
lootera loot at marriage mandap as guest | Argus News