ଲୁଟେରା ପର୍ଶୁରାମ ଗିରି ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ କବଜାରେ ଦୁର୍ଦ୍ଦାନ୍ତ ଲୁଟେରା । ଲୁଟେରା ପର୍ଶୁରାମ ଗିରିକୁ ଗିରଫ କଲା କମିଶନରେଟ ପୋଲିସ । 21ଟି ଚୋରି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ, ପୂର୍ବରୁ 5 ଥର ଗିରଫ ହୋଇଛି । 50ଟି କେସ୍ ରହିଛି ପର୍ଶୁରାମ ନାଁରେ । ଅଭିଯୁକ୍ତ ପାଖରୁ 21 ଲକ୍ଷ, 700 ଗ୍ରାମ୍ ସୁନା, 7 କିଲୋ ରୂପା ସହ ବାଇକ ଓ ମୋବାଇଲ ଫୋନ୍ ଜବତ ହୋଇଛି । କ୍ରାଇମସିନ୍ ରିକ୍ରିଏସନ କଲା ଅଭିଯୁକ୍ତ । କେମିତି ଘରେ ପଶୁଥିଲା ଡେମୋ କରି ଦେଖାଇଲା । ସିସିଟିଭି ଫୁଟେଜରେ ଚୋରିର ଚିତ୍ର କଏଦ ହୋଇଛି ।
କେଶୁରା ଛକରେ ଥିବେ ଏକ କୁକୁଡ଼ା ଭାଡ଼ି ତଳେ ବାଲିରେ ଲୁଚେଇ ଥିଲା ଲୁହ ରଡ଼୍ । ବିନା ଚପଲରେ ଚୋରି କରୁଥିଲା, ଚୋରି ବେଳେ ମୋବାଇଲକୁ ଫ୍ଲାଇଟ ମୁଡ଼ ରଖୁଥିଲା । ରାତିରେ ଚୋରି କରେ । ଯେଉଁ ଘର ବାହାରେ ତାଲା ପଡ଼ିଥିବ କିମ୍ବା ଘରେ ଏସି କିମ୍ବା ଫ୍ୟାନ ଚାଲୁ ନଥିବ ସେ ଘରକୁ ଟାର୍ଗେଟ କରୁଥିଲା ପର୍ଶୁରାମ । ଯେଉଁ ଘରେ ପଶୁଥିଲା କେବଳ ସୁନା ଗହଣା ଲୁଟୁଥିଲା । କେବଳ ଗ୍ରିଲ ଲାଗିଥିବା ଘରକୁ ଟାର୍ଗେଟ କରୁଥିଲା ।
2013 ରୁ ପେସାଦାର ଅପରାଧ ଆରମ୍ଭ କରିଥିଲା । 2006ରେ ସ୍ତ୍ରୀକୁ ହତ୍ୟା କରି ଗିରଫ ହୋଇଥିଲା ପର୍ଶୁରାମ । ଚୋରି ଟଙ୍କାରେ LICରେ ଟଙ୍କା ରଖିଥିଲା, ଗାଁରେ ଘର କରିଛି । ଚୋରି ଟଙ୍କାରେ ରାଜ୍ୟ ବାହାରେ ମଉଜ କରୁଥିଲା । ମୁମ୍ବାଇ, କଲିକତା, ଗୋଆକୁ ଫ୍ଲାଇଟରେ ଯାଉଥିଲା । ତାଜ୍ ଭଳି ବଡ ବଡ ହୋଟେଲରେ ରହୁଥିଲା । ସବୁଠୁ ବଡ଼ କଥା ହେଉଛି ଗିରଫ ପର୍ଶୁରାମ ନବମ ଫେଲ୍ । ତା ଘର ବାଲେଶ୍ବର ସୋର ଅଂଚଳରେ ।
📱 Get Argus News App
✨ଆହୁରି ପଢନ୍ତୁ ଅପରାଧ ଖବର...