Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ୫ ଲକ୍ଷ ଲୁଟି ନେଲେ ଲୁଟେରା 

Odisha

୫ ଲକ୍ଷ ଲୁଟି ନେଲେ ଲୁଟେରା 

Manini Pattanayak
Browse all articles by Manini Pattanayak
·2 years ago·1 min read
୫ ଲକ୍ଷ ଲୁଟି ନେଲେ ଲୁଟେରା 

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହରରେ ଦିନ ଦ୍ବିପହରରେ ଲୁଟ । 5 ଲକ୍ଷ ଲୁଟ ହୋଇଥିବା ନେଇ ଡୁଙ୍ଗୁରିପାଲି ଥାନା ରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରୁ ଡୁଙ୍ଗୁରିପାଲି ଶାଖା ପରିଚାଳକ ଶାଶ୍ବତ କୁମାର ପାଣିଗ୍ରାହୀ 5 ଲକ୍ଷ ଟଙ୍କାର ଏକ ଚେକ ଡୁଙ୍ଗୁରିପାଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖାରୁ ଟଙ୍କା ଆଣିବାକୁ ନିର୍ଦେଶ ଦେଇଥିଲେ ।

ଚେକ ନେଇ ଗୋପାଳ ସାହୁ ଏବଂ ସିକୁରିଟିଗାଡ  ତପନ କର୍ଣ୍ଣ ବାଇକ ଯୋଗେ ବ୍ୟାଙ୍କ୍ କୁ ଯାଇ ଏକ ବ୍ୟାଗରେ ଟଙ୍କା ଧରି ଫେରୁଥିବାବେଳେ ବିଡିସିସି ବ୍ୟାଙ୍କ ପାଖରେ ପଛ ପଟରୁ ଏକ କଳା ରଙ୍ଗର ବାଇକରେ ତିନି ଜଣ ଯୁବକ ଆସି ବାଇକକୁ ଗୋଇଠା ମାରିଥିଲେ । ଫଳରେ ବାଇକ୍ ଭାର ସାମ୍ୟ ହରାଇ ଥିବାବେଳେ ସେମାନେ ବାଇକ୍ ସାମନା କୁ ଆସି ପିସ୍ତଲ ଦେଖାଇ  ଟଙ୍କା ବ୍ୟାଗ ଦେବାକୁ କହିଥିଲେ । ଟଙ୍କା ନଦେଲେ ଗୁଳି ମାରିବାକୁ ଧମକ ଦେଇଥିଲେ । ଭୟରେ ସେମାନେ ଟଙ୍କା ବ୍ୟାଗ୍ ଦେଇ ଦେଇଥିଲେ । ଟଙ୍କା ବ୍ୟାଗ୍ ଧରି ସେମାନେ ସହର ମଧ୍ୟ ଦେଇ ଫେରାର ମାରିଥିଲେ । ଏନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ପରେ ସହରର ବିଭିନ୍ନ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ ।

ଅଧିକ ପଢନ୍ତୁ ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Looters loot 5 lakhs in subarnapur dunguripali | Argus News