Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ

Odisha

ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ

Ritu Das
Browse all articles by Ritu Das
·2 years ago·1 min read
ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ

ଅର୍ଗସ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଖଇରା ଥାନା ମାଖନପୁର ପଞ୍ଚାୟତ ଅଧିନ ଟିପିସିଗଡିଆ ଗାଁରେ ଥିବା ବହୁ ପୁରାତନ ଶୈବ ପୀଠ ବାବା ବକ୍ରେଶ୍ୱର ପୀଠରେ ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ବାବା ଙ୍କର ସୁନା ନାଗ,ରୂପା ନାଗ ସମେତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଏବଂ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି।

ସେହିପରି ସେହି ଗାଁର ଥିବା ଲକ୍ଷ୍ମୀନାରାୟଣ ମନ୍ଦିରରୁ ରୂପାର ମୁକୁଟ , ଦୁର୍ଗା ମନ୍ଦିରରୁ ମୁକୁଟ , ଶନି ମନ୍ଦିରରୁ କୋଠ ଭଣ୍ଡାର , ପାର୍ବତୀ ମନ୍ଦିରରୁ ମାଙ୍କ ମୁକୁଟ , ସେହିପରି ସିମୁଳିଆ ଥାନା ଆନନ୍ଦପୁର ଗ୍ରାମରେ ରଘୁ ନାରାୟଣ ମନ୍ଦିରରେ ତାଲା ଭାଙ୍ଗି ସୁନାର ମୁକୁଟ ସମେତ ବିଭିନ୍ନ ଅଳଙ୍କାର ସମେତ ଟଙ୍କା ଲୁଟ ହୋଇଥିବା ନେଇ ମନ୍ଦିର କମିଟି ପକ୍ଷରୁ ଅଭିଯୋଗ ହୋଇଛି।ଦୁର୍ବୁତ୍ତମାନେ ବାବା ବକ୍ରେଶ୍ୱର ମନ୍ଦିରରେ ଲାଗିଥିବା ସିସିଟିଭିର ତାର ଗୁଡିକ କାଟିଦେଇଥିବା ଦେଖିବାକୁ ମିଳିଛି।ଖଇରା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Looting gold ornaments | Argus News