Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘରେ କେହି ନ ଥିବାର ସୁଯୋଗ ନେଇ କରୁଛନ୍ତି ଚୋରି

Odisha

ଘରେ କେହି ନ ଥିବାର ସୁଯୋଗ ନେଇ କରୁଛନ୍ତି ଚୋରି

Manini Pattanayak
Browse all articles by Manini Pattanayak
·1 year ago·2 min read
ଘରେ କେହି ନ ଥିବାର ସୁଯୋଗ ନେଇ କରୁଛନ୍ତି ଚୋରି

ଭଦ୍ରକ : ଭଦ୍ରକ ସହରରେ ବଢିଚାଲିଛି ଲୁଟ୍‌ପାଟ୍ । ରାତି ହେଲେ ସକ୍ରିୟ ହେଉଛନ୍ତି ଲୁଟେରା । ଘରେ କେହି ନ ଥିବାର ସୁଯୋଗ ନେଇ କରୁଛନ୍ତି ଚୋରି । ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର । ଚୋରଙ୍କ ଟେର୍‌ ପାଉନି ପୋଲିସ । ଗତ କିଛି ଦିନ ହେବ ଭଦ୍ରକ ସହରରେ ଦେଖିବାକୁ ମିଳିଛି ଚୋରଙ୍କ ଉତ୍ପାତ । କିଛି ଦିନ ତଳେ ଚରମ୍ପା ଅଞ୍ଚଳରେ ଘରର ଝରକା ତାଡ଼ି କଳାକନା ବୁଲାଇଛନ୍ତି ଲୁଟେରା । ଘର ମାଲିକ ଶରତ କୁମାର ନାୟକଙ୍କ ଘରୁ ହୋଇଛି ଚୋରି । ପୋଷା କୁକୁରକୁ ଘରେ ଛାଡ଼ି ଯାଇଥିବା ବେଳେ, କୁକୁରଙ୍କୁ ଖାଇବାରେ ନିଶା ଔଷଧ ଦେଇ କରିଛନ୍ତି ଲୁଟ୍‌ପାଟ । 3 ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ସହ ନଗଦ 50 ହଜାର ଟଙ୍କା ଲୁଟି ନେଇଛନ୍ତି । ସେହିପରି ଚରମ୍ପା ଅଞ୍ଚଳରେ ଧଳ ସାହିରେ ମାଆ, ଝିଅ ଘରେ ଶୋଇଥିବା ବେଳେ ଘରର ଝରକା ଭାଙ୍ଗି ଟଙ୍କା ସହ ଅଳଙ୍କାର ଲୁଟ୍ କରିଛନ୍ତି ଲୁଟେରା ।

ସେହି ଚରମ୍ପା ଅଞ୍ଚଳରେ ଟ୍ରେନ୍‌ ଲାଇନ ସେପେଟ ଡଗରାସାହିରେ ଗୋଟାଏ ରାତିରେ 3 ଜଣ ଘରକୁ ଟାର୍ଗେଟ କରି ସମାନ ଭାବେ ହୋଇଛି ଲୁଟ୍ । ଝରକା ତାଢ଼ି ଘରେ ପଶି ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା ମାନେ । ଲୋକଙ୍କ ଅଭିଯୋଗ, ରାତିରେ ଠିକ ଭାବରେ ପୋଲିସର ନାଇଟ ପାଟ୍ରୋଲିଂ ହେଉନି । ଯାହାର ଫାଇଦା ନେଇ ସକ୍ରିୟ ହେଉଛନ୍ତି ଲୁଟେରା । ଏନେଇ ଥାନାରେ ଅଭିଯୋଗ କଲା ପରେ ବି ଚୋର ଧରିବାରେ ଫେଲ୍ ମାରିଛି ଭଦ୍ରକ ପୋଲିସ ।  କିଛି ମାସର ବ୍ୟବଧାନ ପରେ ପୁଣି ସହରରେ ମାତିଛନ୍ତି ଲୁଟେରା । ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ଚୋରଙ୍କୁ ଧରିବାକୁ ଦାବି ଜୋର ଧରିଛି ।   

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Looting lakhs of rupees and gold jewellery | Argus News