ମନ୍ଦିରରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
·2 years ago

ଭଦ୍ରକ: ବାସୁଦେବପୁର ବ୍ଲକର ସୁଗୋ ଜେନାସାହିରେ ଗୋପାଳ ଜୀଉ ମନ୍ଦିରରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ଆଜି ସକାଳେ ମନ୍ଦିର ଖୋଲା ଥିବା ଦେଖି ଭିତରକୁ ପଶିବା ପରେ ମନ୍ଦିରରୁ ଲୁଟ ହେଇଥିବା ଜଣାପଡିଥିଲା ।
ଠାକୁରଙ୍କ ମୁଣ୍ଡରେ ଥିବା 2ଟି ସୁନା ମିକୁଟ, ରୁପାର ବଇଁଶୀ ସହ ଲୋକ ମାନଙ୍କର ମାନସିକ ଅଳଙ୍କାର ଲୁଟ ହେଇଥିବା ଦେଖିଥିଲେ । ଯାହାର ଆନୁମାନିକ ମୂଲ୍ୟ 2ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ଏନେଇ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ କରୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: