Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଧୁମଧାମ୍ ରେ ପୂଜା ପାଉଛନ୍ତି ଭଗବାନ ଗିରିଗୋବର୍ଦ୍ଧନ

Odisha

ଧୁମଧାମ୍ ରେ ପୂଜା ପାଉଛନ୍ତି ଭଗବାନ ଗିରିଗୋବର୍ଦ୍ଧନ

Smruti Parija
Browse all articles by Smruti Parija
·2 years ago·1 min read
ଧୁମଧାମ୍ ରେ ପୂଜା ପାଉଛନ୍ତି ଭଗବାନ ଗିରିଗୋବର୍ଦ୍ଧନ

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପଟଣା ପଂଚାୟତର ଖଣ୍ଡଗାଁ । ଏଠାର ଇଷ୍ଟ ଦେବତା ହେଉଛନ୍ତି ଭଗବାନ ଗିରିଗୋବର୍ଦ୍ଧନ । ଯେଉଁଠି ପ୍ରାୟ 300 ବର୍ଷ ଗିରି ଗୋବର୍ଦ୍ଧନଙ୍କ ପୂଜା ହୋଇଆସୁଛି । ଯେଉଁଥିରେ ସାମିଲ ହୁଅନ୍ତି ଗାଁର ଛୁଆଠୁ ବୁଢା । ଆଖ ପାଖ ମୌଜାରୁ ସବୁ ଲୋକମାନେ ଏକଜୁଟ୍ ହୋଇ ଗିରିଗୋବର୍ଦ୍ଧନ ମୂର୍ତ୍ତିକୁ ପ୍ରାୟ 7ଦିନ ଧରି ପୂଜା କରିଥାନ୍ତି । 
ଚାଲିଛି ପୂଜାର୍ଚ୍ଚନା ସନ୍ଧ୍ୟା ଆଳତୀ ସହ ପାରମ୍ପରିକ ବାଜାରେ ପ୍ରକମ୍ପିତ ହେଉଛି ଚତୁର୍ଦ୍ଦିଗ । ପ୍ରଭୁ ଗିରିଗୋବର୍ଦ୍ଧନଙ୍କ ଏହି ପ୍ରତିଷ୍ଠା ଉତ୍ସବ ବେଶ୍ ଧୁମ ଧାମରେ ପାଳନ ହେଉଛି ।

ମାସ ସାରା ଏହି ଗାଁକୁ ଆମିଷ ପଶେନି । ଗ୍ରାମରେ ସମସ୍ତେ ମାନିଥାନ୍ତି ଯେ ଗିରିଗର୍ଦ୍ଧନ ଠାକୁର ହେଉଛନ୍ତି ଇଷ୍ଟ ଦେବତା । ଠାକୁରଙ୍କ ପାଖରେ ଯିଏ ଯାହା ମାନସିକ କରିଥାଏ ତାହା ସିଏ ପାଇଥାଏ ବୋଲି କୁହନ୍ତି ଗ୍ରାମବାସୀମାନେ । ଏହି ଗ୍ରାମରେ କେବଳ ଗିରିଗୋବର୍ଦ୍ଧନ ହିଁ ପୂଜା ପାଇଥାନ୍ତି । ସେଥିପାଇଁ ବର୍ଷକୁ ଥରେ ପୂଜା ସମୟରେ ଯିଏ ଯେଉଁଠି ଥାଏ ଆସି ପହଞ୍ଚେ । 7 ଦିନ ପର୍ଯ୍ୟନ୍ତ ଗ୍ରାମରେ ପ୍ରସାଦ ସେବନ କରାଯିବା ସହ ପୁରା ଗ୍ରାମ ଆଧ୍ୟାତ୍ମିକ ପରିବେଶରେ ରହିଥାଏ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lord Girigovardhan is being worshiped in nischintakoili-block-of-cuttack | Argus News