Lord Jagannath Mines / ମହାପ୍ରଭୁଙ୍କର ଶହେ ଖଣି, କିନ୍ତୁ ଦେଢ ବର୍ଷ ହେଲାଣି ଟଙ୍କାଟିଏ ବି ହେଉନି ଆୟ
·43 mins ago·2 min read

Key Points
ମହାପ୍ରଭୁଙ୍କର ଶହେ ଖଣି, ହେଲେ ଆୟ ଶୂନ
ଦେଢ ବର୍ଷ ହେଲାଣି ଟଙ୍କାଟିଏ ବି ଆସୁନି
ନିଲାମ ବଦଳରେ ଚାଲିଛି ଚୋରା ଚାଲାଣ
ଦେଢ ବର୍ଷ ହେଲାଣି ଟଙ୍କାଟିଏ ବି ଆସୁନି
ନିଲାମ ବଦଳରେ ଚାଲିଛି ଚୋରା ଚାଲାଣ
ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଚଳାଚଳ ସମ୍ପତ୍ତି ଏବଂ ଖଣିକୁ ନେଇ ଏକ ବଡ଼ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ମହାପ୍ରଭୁଙ୍କ ନାଁରେ ଶତାଧିକ ଖଣି ଥିଲେ ସୁଦ୍ଧା, ଗତ ଦେଢ଼ ବର୍ଷ ହେବ ଏହାର ଆୟ ସମ୍ପୂର୍ଣ୍ଣ ଶୂନ୍ୟ ହୋଇଯାଇଛି । ପୂର୍ବରୁ ମନ୍ଦିର ପ୍ରଶାସନ ଏହି ଖଣି ଏବଂ ସୈରାତ ନିଲାମରୁ ବର୍ଷକୁ ପ୍ରାୟ ୩୦ କୋଟି ଟଙ୍କା ରାଜସ୍ୱ ପାଉଥିଲା, କିନ୍ତୁ ବର୍ତ୍ତମାନ ଏହି ଆୟ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଚଳାଚଳ ସମ୍ପତ୍ତି । ବିଭିନ୍ନ ସ୍ଥାନରେ ରହିଛି ଶହେଟି ଖଣି । ଖୋର୍ଦ୍ଧାରେ ମହାପ୍ରଭୁଙ୍କ ନାମରେ ୭୦ଟି କୋଠାବାଡ଼ି ନିର୍ମାଣ ଉପଯୋଗୀ ପଥର ଖଣି ରହିଥିବା ବେଳେ ମହାପ୍ରଭୁଙ୍କ ନାମରେ ଚିହ୍ନଟ ଜମି ମଧ୍ୟରୁ ୬୦ ଭାଗ ଜମିରେ ଖଣି ରହିଛି । ଯାହାକି ବଡ଼ ବଡ଼ ପଥର ଖଚିତ ପାହାଡ଼ ଖଣ୍ଡେଲାଇଟ୍ ପଥର ଖଣି ରହିଛି । ପୂର୍ବରୁ ମନ୍ଦିର ପ୍ରଶାସନ ଖଣି ନିଲାମ ଦେଇ ବର୍ଷକୁ ପ୍ରାୟ ୩୦ କୋଟି ଟଙ୍କା ରାଜସ୍ବ ପାଉଥିଲା । କିନ୍ତୁ ଗତ ଦେଢ ବର୍ଷ ହେବ ନିଲାମ ପ୍ରକ୍ରିୟା ନହେବାରୁ ରାଜସ୍ୱ ହରାଉଛି ଶ୍ରୀମନ୍ଦିର ପ୍ରଶାସନ । ନିଲାମ ନହେବାରୁ ଲୁଚାଛପାରେ ଚୋରା ଚାଲାଣ ଚାଲିଥିବା ଅଭିଯୋଗ ହୋଇଛି । ପୁରୀ କଣାସ ଭାନ୍ସରରେ ମହାପ୍ରଭୁଙ୍କ ନାମରେ ଥିବା ନଦୀ ଶଯ୍ୟା ବାଲି ସୈରାତର ନିଲାମ ୨୦୨୩ରୁ ବନ୍ଦ ହେବାପରେ ରାଜସ୍ୱ ହାନି ହେବା ସହ ବାଲି ଚୋରା ଚାଲାଣ ଜୋର୍ ଧରିଛି ।
ଦୁଇ ବର୍ଷ ତଳେ ଖଣି ନିଲାମ ନେଇଥିବା ବ୍ୟକ୍ତି ଓ ସଂସ୍ଥାମାନେ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ଉତ୍ତୋଳନ କରିଥିବା ଅଭିଯୋଗ ହେବା ପରେ କୋଟି କୋଟି ଟଙ୍କା ଜରିମାନା ନୋଟିସ ଦିଆଯାଇଥିଲା । ଏବେ କିନ୍ତୁ ଖଣି ନିଲାମ ପ୍ରକ୍ରିୟା ବନ୍ଦ ହୋଇଯାଇଥିବାରୁ ରାଜସ୍ୱହାନି ହେଉଥିବା ଏବଂ ବ୍ୟାପକ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ସେପଟେ ବୈଷୟିକ ଅସଙ୍ଗତି ତଥା ନ୍ୟାୟିକ ମାମଲା ଯୋଗୁଁ ଖଣି ନିଲାମ ହୋଇ ପାରିନଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପୂର୍ବରୁ ତହସିଲଦାର ଖଣି ନିଲାମ କରୁଥିବା ବେଳେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଖଣି ଅଧିକାରୀ ବା ଡେପୁଟି ଡିରେକ୍ଟର ମାଇନ୍ସଙ୍କ ଦ୍ବାରା ନିଲାମ କରାଯିବ । ଏହାକୁ ରାଜ୍ୟ ସରକାର ଅନୁମୋଦନ କରି ସାରିଛନ୍ତି ।
ପୁରୀ, ଖୋର୍ଦ୍ଧା ସମେତ ରାଜ୍ୟର ୭ ଜିଲ୍ଲାରେ ପ୍ରାୟ ୨୭୨ ଏକର ମହାପ୍ରଭୁଙ୍କ ଜମି ଜବରଦଖଲ ହୋଇଥିବା ନେଇ ୯୯୧ ମାମଲା ରହିଛି । ପୁରୀରେ ସର୍ବାଧିକ ୪ ଶହ ମାମଲା ଥିବା ବେଳେ ଖୋର୍ଦ୍ଧାର ୨୨୬ଟି ମାମଲା ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories