କାର୍ତ୍ତିକ ପୂର୍ଣ୍ଣିମାରେ ହୋଇଥାଏ ଶ୍ରୀଜିଉଙ୍କ ସୁନା ବେଶ
·2 years ago

ଅର୍ଗସ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ରାଜ ରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ କାଳିଆ ଠାକୁର । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ହୋଇଥାଏ ଶ୍ରୀଜିଉଙ୍କ ସୁନା ବେଶ । ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହୋଇ ରତ୍ନସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ତେବେ ଭକ୍ତଙ୍କ ଭିଡ଼କୁ ଦେଖି ରାତିରେ ହୋଇନଥିଲା ମହାପ୍ରଭୁଙ୍କ ପହୁଡ଼ । ରାତି ତମାମ କାଳିଆ ଠାକୁରଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଆଉ ଆଜି ଦୁର୍ଲଭ ସୁନା ବେଶ ଦେଖିବାକୁ ଅପେକ୍ଷାରତ ଅଛନ୍ତି । ଭିଡ଼କୁ ଦେଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ୬୯ ପ୍ଲାଟୁନ ପୋଲିସ ଫୋର୍ସ ସହ ୨୦୦ ବରିଷ୍ଠ ଅଧିକାରୀ ମୁତୟନ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: