Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ରତ୍ନ ସିଂହାସନକୁ ଫେରିବେ ମହାପ୍ରଭୁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ରତ୍ନ ସିଂହାସନକୁ ଫେରିବେ ମହାପ୍ରଭୁ

ଅର୍ଗସ ବ୍ୟୁରୋ:  ସରିଲା ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳା । ଆଜି ରତ୍ନ ସିଂହାସନକୁ ଫେରିବେ ମହାପ୍ରଭୁ । ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ ହେବେ ଦାରୁଦିଁଅ । ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ବାରଣ ନାହିଁ । ହେଲେ କାଳିଆସାଆନ୍ତଙ୍କ ବାଟ ଓଗାଳିବେ ମା’ଲକ୍ଷ୍ମୀ ଠାକୁରାଣୀ । ଠାକୁରଙ୍କ ମାନବୀୟ ଲୀଳାର ବିଶେଷ ପର୍ବ ଲକ୍ଷ୍ମୀ-ନାରାୟଣ କଳି ସମ୍ପନ୍ନ ହେବ । ଶେଷରେ ଶ୍ରୀଜଗନ୍ନାଥ ରସଗୋଲା ଦେଇ ଲକ୍ଷ୍ମୀ ଠାକୁରାଣୀଙ୍କ ମନ ଜିଣଲା ପରେ ମନ୍ଦିର ପ୍ରବେଶକୁ ମିଳିବ ଅନୁମତି । ରଥ ଉପରେ ଶ୍ରୀଜୀଉମାନଙ୍କ ସଂନ୍ଧ୍ୟାଧୂ ନୀତି ସମ୍ପନ୍ନ ହେବା ପରେ ଚାରମାଳ ବନ୍ଧା ହେବ ।

ବିଜେ କାହାଳୀ ବାଜିବା ପରେ ବନ୍ଦାପନା ଓ ଡ଼ୋରଲାଗି ନୀତି ଅନୁଷ୍ଠିତ ହେବ । ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ, ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁର ଶ୍ରୀମନ୍ଦିରକୁ ବିଜେ କରିବେ । ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହୋଇ 10 ଟା ସୁଦ୍ଧା ଶେଷ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lord jagannath will return to the ratna singhasan today | Argus News