Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରଥଯାତ୍ରାକୁ ଆଉ ମାତ୍ର ୨୦ ଦିନ ବାକି, ଆରମ୍ଭ ହୋଇଛି ରଥଯାତ୍ରାର ଆଦ୍ୟ ପର୍ବ

Odisha

ରଥଯାତ୍ରାକୁ ଆଉ ମାତ୍ର ୨୦ ଦିନ ବାକି, ଆରମ୍ଭ ହୋଇଛି ରଥଯାତ୍ରାର ଆଦ୍ୟ ପର୍ବ

Smruti Parija
Browse all articles by Smruti Parija
·1 year ago·2 min read
ରଥଯାତ୍ରାକୁ ଆଉ ମାତ୍ର ୨୦ ଦିନ ବାକି, ଆରମ୍ଭ ହୋଇଛି ରଥଯାତ୍ରାର ଆଦ୍ୟ ପର୍ବ

ପୁରୀ:  ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୨୦ ଦିନ ବାକି ।ଆରମ୍ଭ ହୋଇଛି ରଥଯାତ୍ରାର ଆଦ୍ୟ ପର୍ବ। ଆଜି ରାଜାଧିରାଜ୍ କାଳିଆ ଠାକୁରଙ୍କ ରାଜେନ୍ଦ୍ରାଭିଷକ ନୀତି ।ଆସନ୍ତାକାଲି ରୁକ୍ମିଣୀ ହରଣ ଏକାଦଶୀ ,ପରଦିନ ଚମ୍ପକ ଦ୍ଵାଦଶୀ ।ପରେ ପରେ ଦଇତାପତି ପ୍ରବେଶ , ସେନାପଟା ଲାଗି ଓ ଆସନ୍ତା ୨୨ ତାରିଖରେ ସ୍ନାନ ପୂର୍ଣ୍ଣିମା ନୀତି ।ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ରାଜେନ୍ଦ୍ରଭିଷେକ ନୀତି । 

ନୀତି ଶେଷ ହେବା ପରେ ମଦନମୋହନ ଆଜ୍ଞାମାଳ ପାଇ ବଟ ଗଣେଶଙ୍କଠାରେ ଥିବା ଖଟ ଉପରେ ବିଜେ କରିବେ । ଏହାପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ଜଗମୋହନର ବିଦ୍ୟୁତ ଆଲୋକ ବନ୍ଦ କରାଯାଇ ଅନ୍ଧାର କରାଯିବ । ଏହି ସମୟରେ ଭିତରେ ମହାପ୍ରଭୁଙ୍କମାନଙ୍କର ଆଲଟ ଲାଗି କରାଯିବ ।ପୌରାଣିକ କଥା ଅନୁଯାୟୀ, ଉତ୍ତରାରୁ ଜଣେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମଣୀଙ୍କ ବିବାହ ପ୍ରସ୍ତାବ ଜଣାଇବା ସହ ରାଜେନ୍ଦ୍ରାଭିଷେକ ହେବା ନିମନ୍ତେ ଖବର ଦେଇଥାନ୍ତି । ମଦନମୋହନ ମହାଜନମାନଙ୍କ ହସ୍ତରେ ବିଜେ ପୂର୍ବକ ବଟମୂଳେ ଥିବା ଏକ ସୁସଜ୍ଜିତ ରଥରେ ଆରୋହଣ କରିଥାନ୍ତି । 

ଏହାପରେ ଘଣ୍ଟ, ଛତା, କାହାଳି ବାଜି ବିମାନବଡୁ ମାନେ ରଥକୁ ବଡ଼ ଦେଉଳକର ବେଢ଼ା ପରିକ୍ରମା କରି ପୁନଶ୍ଚ ବଟ ମୂଳେ ରଖିଥାନ୍ତି । ଏହି ସମୟରେ ପାଳିଆ ଖୁଣ୍ଟିଆ, ଗରାବଡୁ ସେବକ ଉପସ୍ଥିତ ରହିଥାନ୍ତି ।

ସେପଟେ ୩୮ ଦିନରେ ଜାରି ରହିଛି ବିଶ୍ଵ ନିଅନ୍ତାଙ୍କ ରଥ ନିର୍ମାଣ କାର୍ଯ୍ୟ ।ଦେବସ୍ନାନ ପୂର୍ଣ୍ଣିମା ବେଳକୁ ରଥର ଚାରିନାହାକା ଉଠିବା କାର୍ଯ୍ୟ ସମ୍ପାଦିତ ହେବାର ଥାଏ ,ଯାହାର ଯଥେଷ୍ଟ ପୂର୍ବରୁ ଅର୍ଥାତ୍ ଆଜି ସରିଛି ଚାରିନାହାକା ରଥ ଉପରକୁ ଉଠିବା କାମ ।ଭୋଇ ସେବାୟତ ମାନଙ୍କ ଦ୍ଵାରା ତୃତୀୟ ହରିବୋଲ ପଡି ଉଠିଛି ରଥର ଚାରିନାହାକା ।ରଥର ଚାରିନାହାକା ଉଠିବା ପରେ ଏବେ ରଥର ଉପରି ଭାଗ କାର୍ଯ୍ୟ ଆରମ୍ଭ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ୧୪ ନାହାକା କାର୍ଯ୍ୟ ମଧ୍ୟ ଶେଷ ହୋଇଥିବା ବେଳେ ସରିଛି ପୋଲ ଗୟଳ ଚଉପଟ କାର୍ଯ୍ୟ ।ଅନ୍ୟପଟରେ ରୂପକାର ସେବକ ମାନେ ତିନି ରଥର ନାଟ ଗୋଡ଼ରେ ଜାରି ରଖିଛନ୍ତି ଖୋଦେଇ କାର୍ଯ୍ୟ । କୋଣ ଗୁଜ କାର୍ଯ୍ୟ ଶେଷ ହୋଇ ରୂପକାର ମାନେ ଏହାକୁ ରଥରେ ଫିଟିଂ କରିଥିବା ବେଳେ ଚାଲିଛି ପଟା ଗୁଜ କାର୍ଯ୍ୟ । ଦୋଳବେଦୀ ଅସ୍ଥାୟୀ କମାରଶାଳ ରେ ଓଝା ସେବକ ମାନେ ପୋଟଳ ପାଇଁ ନଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ରଥଯାତ୍ରାକୁ ଆଉ ମାତ୍ର ୨୦ ଦିନ ବାକି ଥିବା ବେଳେ ଜୋର୍ ସୋର୍ ରେ ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ ।ପ୍ରଚଣ୍ଡ ଗୁଳୁଗୁଳି ସତ୍ତ୍ୱେ ୨ ଶହ ରୁ ଉର୍ଦ୍ଧ୍ବ ରଥନିର୍ମାଣ ସେବକଙ୍କ ଉପସ୍ଥିତିରେ ସମ୍ପାଦିତ ହେଉଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ।

ଆହୁରି ପଢନ୍ତୁ ଓଡିଶା ଖବର..

Sponsored
lord-jagannatha-rajendrabhisekha-rituals-held-today | Argus News