ପରଟାରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ
·1 year ago·1 min read

ଅର୍ଗସ ବ୍ୟୁରୋ: ବିଶ୍ୱାସ ରେ ଭଗବାନ। ଖାଇବା ପରଟାରେ ପ୍ରଭୁ ଜଗନ୍ନାଥ। ପରଟା ରେ ପ୍ରଭୁ ଜଗନ୍ନାଥଙ୍କ ଗୋଲ ଗୋଲ ଆଖି ସହିତ ମୟୁର ଚୁଳିଆ ଜଟ । ସତେ ଯେମିତି ଜଗତର ନାଥ ଜଗନ୍ନାଥ ପରଟାରେ ଦର୍ଶନ ଦେଉଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ସହରର ଖନ୍ଦାଢିପ ସାହିର ଚିରସ୍ମିତା ସ୍ୱାଇଁ ଙ୍କ ଘରେ। ଆଜି ସକାଳେ ଚିରସ୍ମିତା ସ୍ୱାଇଁ ନିଜର ପରିବାର ଙ୍କ ପାଇଁ ପରଟା କରିଥିଲେ ,ପରଟା ପରିବାର ଲୋକଙ୍କୁ ଖାଇବାକୁ ଦେଲା ପରେ ସେ ନିଜେ ଖାଉଥିଲେ ,ଗୋଟିଏ ପରଟା ଖାଇବା ପରେ ଏହି ସମୟରେ ସେ ପରଟା ରେ ଦେଖିଥିଲେ ପ୍ରଭୁ ଜଗନ୍ନାଥ ଦର୍ଶନ ଦେଉଛନ୍ତି।
ଏହା ପରେ ସାରା ପରିବାର ଲୋକ ସ୍ଥାନୀୟ ଜଗନ୍ନାଥ ମନ୍ଦିରର ପୂଜକ ଙ୍କୁ ଖବର ଦେଇଥିଲେ ପରେ ଠାକୁର ଘରେ ପରଟାକୁ ରଖି ପୂଜାର୍ଚ୍ଚନା କରିଥିଲେ। ପରଟା ରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପରେ ଭାବବିହୁଳ ସାରା ପରିବର। ଘରେ ଆଧ୍ୟାତ୍ମିକ ପରିବେଶ। ଘରେ ଏବେ ପୂଜାର ମାହୋଲ, ଘରକୁ ଆସୁଛନ୍ତି ଭକ୍ତ ମାନେ ଦର୍ଶନ କରିବାକୁ I
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: