Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ନିଳାଦ୍ରୀ ମ୍ୟୁଜିୟମକୁ ସ୍ଥାନାନ୍ତର ହେବ ମହାପ୍ରଭୁଙ୍କ ରତ୍ନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ନିଳାଦ୍ରୀ ମ୍ୟୁଜିୟମକୁ ସ୍ଥାନାନ୍ତର ହେବ ମହାପ୍ରଭୁଙ୍କ ରତ୍ନ

ଅର୍ଗସ ବ୍ୟୁରୋ:  ଆଜି ଭିତର ଓ ବାହାର ରତ୍ନଭଣ୍ଡାର ଖାଲି ହୋଇଥିବା ଲୁହା, କାଠ ସିନ୍ଦୁକ ସହ ଆଲମିରା ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର ହେବ। ଦୁଇଟି ଓଜନିଆ ଲୁହା ସିନ୍ଦୁକ ଥିବାରୁ ଏହାର ସ୍ଥାନାନ୍ତର ପାଇଁ ଅଭିଜ୍ଞ ସ୍ୱତନ୍ତ୍ର ବୈଷୟିକ ଟିମର ସହାୟତା ନିଆଯିବ। ଏହି ଟିମ ଶ୍ରୀମନ୍ଦିର ଇଂଜିନିୟରିଂ ଟିମ ସହ ଚୂଡାନ୍ତ ଆଲୋଚନା କରିଛନ୍ତି । ଆଜି ଅପରାହ୍ନ ଗୋଟାଏରୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରି ଉତ୍ତର ଦ୍ୱାର ପଟେ ଉକ୍ତ ସମୟରେ ପ୍ରସ୍ଥାନ କରିପାରିବେ ।

ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଅନୁଷ୍ଠିତ ହେବ। ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡିକୁ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ କରାଯାଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ମ୍ୟୁଜିୟମ୍ ନିକଟସ୍ଥ ଏକ ଗୃହରେ ସୁରକ୍ଷିତ ରଖାଯିବ । ଗତ ଜୁଲାଇ ୧୪ ଓ ୧୮ ତାରିଖ ଦିନ ଯଥାକ୍ରମେ ବାହାର ଓ ଭିତର ରତ୍ନଭଣ୍ଡାରରୁ ରତ୍ନ ସ୍ଥାନାନ୍ତରଣ ହୋଇଥିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lord jagannaths jewellery will be shifted to Niladri Museum today | Argus News