Videos
|
Odisha

କାଳବୈଶାଖୀ ଯୋଗୁ ଛପର ଉଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Ritu Das
Browse all articles by Ritu Das
·2 years ago·1 min read
କାଳବୈଶାଖୀ ଯୋଗୁ ଛପର ଉଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ଅଁଳାବେରେଣୀ ଗ୍ରାମରେ ଥିବା କୋପରେଟିଭ ସୋସାଇଟିରେ ଗତ କାଲି ରାତ୍ରିରେ କାଳବୈଶାଖୀର ତାଣ୍ଡବଲୀଳାରେ ଉଡ଼ିଗଲା ଛପର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। 

କାଳବୈଶାଖୀର ତାଣ୍ଡବ ଲୀଳାରେ ପ୍ରାୟ ପାଞ୍ଚ ବଖରା ଘରର ଆଜବେଷ୍ଟସକୁ ଉଡାଇ ନେବା ଫଳରେ ଗୋଦାମ ଘରେ ଥିବା ପ୍ରାୟ ୫ଲକ୍ଷର ସାର ନଷ୍ଟ ହେବା ସହ ସୋସାଇଟି ବ୍ୟାଙ୍କର ସବୁ ଆସବାବ ପତ୍ର ସହ କମ୍ପୁଟର ଅଫିସ କାଗଜ ପତ୍ର, ଏବଂ ବ୍ୟାଙ୍କ ଲକର ସହ ସବୁ ଜିନିଷ ପତ୍ର ପାଣିରେ ଭିଜି ନଷ୍ଟ ହୋଇଯାଇଛି।

ଯାହାଫଳରେ ୧୫ଲକ୍ଷ ଟଙ୍କାର ଉପକରଣ ସହ ବିଭିନ୍ନ ଜିନିଷ ପତ୍ର ସହ ସୋସାଇଟିରେ ରଖା ଯାଇଥିବା ସାର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ପାଣିରେ ମିଶିଯାଇଛି। 
ସକାଳେ ଖବର ପାଇ ସୋସାଇଟିର କର୍ମଚାରୀ ଅଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରି କହିଥିଲେ ଯେ ପ୍ରାୟ ପନ୍ଦର ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଏ ସମ୍ବନ୍ଧରେ ସୋସାଇଟିର ଅଧ୍ୟକ୍ଷ ଏଆରସିସି ଜିଲ୍ଲାପାଳଙ୍କୁ ଜଣାଇଥିବା ସୂଚନା ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Loss of property worth | Argus News