Love / ପ୍ରେମ ପାଇଁ ଆତ୍ମହତ୍ୟା, ନ୍ୟାୟ ପାଇଁ ଶବ ରଖି ଧାରଣା
·7 months ago·2 min read

Key Points
ପ୍ରେମିକ ଘର ଆଗରେ ମୃତ ପ୍ରେମିକାର ଶବ ରଖି ଧାରଣା । ପ୍ରେମ ପାଇଁ ଆତ୍ମହତ୍ୟା ଏବଂ ପରେ ନ୍ୟାୟ ପାଇଁ ଶବ ରଖି ଧାରଣା
ପ୍ରେମ ଏକ ଭାବନାକୁ ବୁଝାଇଥାଏ । ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ । ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ ଇତ୍ୟାଦି ପ୍ରେମର ଏକ ରୂପ । ପ୍ରେମ ଶବ୍ଦଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ବ୍ୟବହାର ହୋଇଥାଏ । ବିଭିନ୍ନ ଭାଷାରେ ଏହାର ସଜ୍ଞା ଭିନ୍ନ ଭିନ୍ନ ।ପ୍ରେମିକ ଘର ଆଗରେ ମୃତ ପ୍ରେମିକାର ଶବ ରଖି ଧାରଣା । ପ୍ରେମ ପାଇଁ ଆତ୍ମହତ୍ୟା ଏବଂ ପରେ ନ୍ୟାୟ ପାଇଁ ଶବ ରଖି ଧାରଣା । ଧାରଣା ଦେଲେ ପ୍ରେମିକାଙ୍କ ପରିବାର ଲୋକେ । ଏଭଳି ଘଟଣା ଘଟିଛି ଗଞ୍ଜାମ ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଗ୍ରାମରେ ।
ଗତକାଲି ଘର ଭିତରୁ ଝୁଲନ୍ତା ଅବସ୍ଥାରେ ପ୍ରେମିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେହି ଗ୍ରାମରେ ଅଜା ଘରେ ରହି ପାଠ ପଢୁଥିଲା । ପ୍ରେମିକ ଯୁବକଙ୍କ ସହ ୪ମାସ ତଳେ ବିବାହ ସ୍ଥିର ହୋଇଥିଲା । ହେଲେ ଭାବି ଶ୍ୱଶୁର ଘର ତାକୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ''ଵର୍ତ୍ତମାନ ପ୍ରେମିକ ଘର ଲୋକ ଘରେ ତାଲା ମାରି ଫେରାର ହୋଇଯାଇଛନ୍ତି । ଯଦି କିଛି କରିନାହାନ୍ତି, ତେବେ କାହିଁକି ଫେରାର ହୋଇଯାଇଛନ୍ତି ବୋଲି ଗାଁ ଲୋକେ ପ୍ରଶ୍ନ ରଖୁଛନ୍ତି।'' ସ୍ୱପ୍ନ ଦେଖିଥିବା ଝିଅଟି କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛି, ତାକୁ ନ୍ୟାୟ ମିଳିବା ସହ ଦୋଷୀକୁ ଦଣ୍ଡ ମିଳିବା ଦରକାର ବୋଲି ଦାବି ହୋଇଛି। ଯେ ପର୍ଯ୍ୟନ୍ତ ଦୋଷୀକୁ ଧରା ନଯାଇଛି ସେପର୍ଯ୍ୟନ୍ତ ଶବ ଉଠିବ ନାହିଁ ବୋଲି ମୃତକଙ୍କ ପରିବାର ଲୋକେ କହିଛନ୍ତି।''
ଏଥିସହ ପଢ଼ନ୍ତୁ: ଛତିଶଗଡ: ଆତ୍ମସମର୍ପଣ କଲେ ୩୭ ମାଓବାଦୀ
ପ୍ରେମ କେତେବେଳେ ଆଉ କାହା ସାଥିରେ ହୁଏ ତାହା ଜଣାନଥାଏ । ପ୍ରେମ ଦେଖେନା ବୟସର ତାରତମ୍ୟ କି ଜାତି ଅଜାତି । କୁହାଯାଏ ପ୍ରେମ ହେଉଛି ଅନ୍ଧ । କିନ୍ତୁ ଏଇ ପ୍ରେମ ବି କେତେବେଳେ କାହାର ଜୀବନ ନେଇଯିବ ତାହା କିଏ ବା ଜାଣିଥିଲା। ଝିଅଟି ବିଶ୍ୱାସ କରିଥିଲା ତା ପ୍ରେମିକ ଉପରେ। ବିବାହ କରିଥାନ୍ତା ଖୁସିରେ ଜୀବନ ବିତେଇଥାନ୍ତା ।ହେଲେ ସହିପାରିଲା ନାହିଁ ଶ୍ୱଶୁା ଘର ଲୋକଙ୍କ ମାନସିକ ନିର୍ଯାତନା ଯେଉଁଠି ପାଇଁ ଶେଷରେ ଝିଅଟି ଆତ୍ମହତ୍ୟା ନିଷ୍ପତ୍ତି ନେଇଛି। ମୃତ ଝିଅଟିର ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି। ପ୍ରେମିକ ସହ ପୁରା ପରିବାର ଘର ଛାଡି ପଳାଇଛନ୍ତି। ସେମାନଙ୍କୁ ଖୋଜୁଛି ପୋଲିସ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: