Videos
|
Odisha

Shocking Lover Murder / ନିର୍ମମ…ନୃଶଂସ…ବୀଭତ୍ସ…ପ୍ରେମିକା ଘରେ ପଶିଥିବା ବେଳେ ପ୍ରେମିକକୁ ଜୀଅନ୍ତା ଜାଳିଦେଲେ

Ritu Das
Browse all articles by Ritu Das
·1 hour ago·2 min read
ନିର୍ମମ…ନୃଶଂସ…ବୀଭତ୍ସ…ପ୍ରେମିକା ଘରେ ପଶିଥିବା ବେଳେ ପ୍ରେମିକକୁ ଜୀଅନ୍ତା ଜାଳିଦେଲେ
India

Key Points

ନିର୍ମମ, ବୀଭତ୍ସ, ନୃଶଂସ ହତ୍ୟାକାଣ୍ଡ
ପ୍ରେମିକା ଘରେ ପଶିଥିବା ବେଳେ ପ୍ରେମିକକୁ ହତ୍ୟା କରି ଜାଳିଦେଇଥିବା ଅଭିଯୋଗ

ନିର୍ମମ, ବୀଭତ୍ସ, ନୃଶଂସ ହତ୍ୟାକାଣ୍ଡ। ଘଟଣାଟି ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ। ଦେବଗଡ଼ ଜିଲ୍ଲା ରିଆମାଳରେ ଘଟିଛି ଏଭଳି କାଣ୍ଡ। ପ୍ରେମିକାଙ୍କୁ ଭେଟିବାକୁ ଯାଇଥିବା ଜଣେ ଯୁବକଙ୍କୁ ମାଡ଼ ମାରିବା ପରେ ଜୀଅନ୍ତା ଜାଳିଦେଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ । ମୃତ ଯୁବକ ହେଲେ ବାବରାକୋଟ ଗାଁର ସିଲୁ ରାୟ। ଘଟଣାକୁ ନେଇ ଅଭିଯୋଗ ପରେ ପ୍ରେମିକାଙ୍କ ସମେତ ତାଙ୍କ ବାପା ଓ ମାଆଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।ଜିଲ୍ଲା ରିଆମାଳରେ ଘଟିଛି ଏହି ନିର୍ମମ ହତ୍ୟାକାଣ୍ଡ। ସୂଚନା ଅନୁସାରେ, ସିଲୁ ନିୟମିତ ମଦ୍ୟପାନ କରି ପ୍ରେମିକାଙ୍କ ଘରେ ଉତ୍ପାତ କରୁଥିଲା । ଏହାକୁ ନେଇ ପ୍ରେମିକାଙ୍କ ପରିବାର ସହ ତାଙ୍କର ବିବାଦ ହୋଇଥିବା କୁହାଯାଉଛି।

ଏହାସହ ପଢ଼ନ୍ତୁ: ପରସ୍ପର ଉପରକୁ ବୋମା ଫିଙ୍ଗିଲେ ଦୁଇ ଭାଇ; ବଡ଼ ଭାଇ ମୃତ, ସାନ ଗୁରୁତର

ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ସେମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପୂର୍ବରୁ ସିଲୁର ମୃତ୍ୟୁ ଘଟି ସାରିଥିଲା। ଖବର ପାଇ ରିଆମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଅଟକ ରଖିଛି । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମକୁ ସୂଚନା ଦିଆଯାଇଛି।

ସୂଚନାନୁସାରେ, ପ୍ରେମିକା ଘରେ ପ୍ରେମିକକୁ ହତ୍ୟା କରାଯାଇଛି । ପ୍ରଥମେ ପିଟିପିଟି ରକ୍ତାକ୍ତ କରିବା ପରେ ଏପରି ଅବସ୍ଥାରେ ଜୀବନ୍ତ ଜାଳିଦେଇଥିବା ଅଭିଯୋଗ ହୋଇଛି।  ସିଲୁ ବୁଧବାର ବିଳମ୍ବିତ ରାତିରେ ପ୍ରେମିକାଙ୍କୁ ଭେଟିବା ପାଇଁ ରିଆମାଳ ଲକ୍ଷ୍ମୀ ଛକଠାରେ ଥିବା ତାଙ୍କ ବାସଭବନକୁ ଯାଇଥିଲେ । ଏତିକି ବେଳେ ସେମାନଙ୍କ ପରିବାର ଲୋକେ ଦେଖି ଦେଇଥିଲେ। ଏହା ପରେ ସେମାନେ ସିଲୁଙ୍କୁ ଆକ୍ରମଣ କରିବା ସହ ପିଟିପିଟି ରକ୍ତାକ୍ତ କରିଦେଇଥିଲେ । ଏପରିକି ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଖବରପାଇ ରିଆମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକାଙ୍କ ସହ ତାଙ୍କ ବାପା ଓ ମାଆଙ୍କୁ ଅଟକ ରଖିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: