Bomb Attack / ପରସ୍ପର ଉପରକୁ ବୋମା ଫିଙ୍ଗିଲେ ଦୁଇ ଭାଇ; ବଡ଼ ଭାଇ ମୃତ, ସାନ ଗୁରୁତର
·1 hour ago·2 min read

Key Points
ଝଗଡ଼ାକୁ ନେଇ ପରସ୍ପର ଉପରକୁ ବୋମା ଫିଙ୍ଗିଲେ ଦୁଇ ଭାଇ
ଖୋର୍ଦ୍ଧା ଅଙ୍ଗାରପଡ଼ା ପଞ୍ଚାୟତ ମହୁଲ ଗାଁରେ ବୋମାମାଡ଼
ବଡ଼ ଭାଇ ମୋହନ ପାଢ଼ୀ ମୃତ, ସାନ ଭାଇ ମଦନ ଗୁରୁତର
ମଦନଙ୍କ ହାତ ଛିଡ଼ି ଯାଇଛି, କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି

ଭୁବନେଶ୍ଵର: ଅଧରାତିରେ ବୋମାମାଡ଼ । ଭାଇ ଉପରୁ ଭାଇ ଫିଙ୍ଗିଲା ବୋମା । ଭାଇ-ଭାଇ ବୋମାମାଡ଼ରେ ଜଣେ ଭାଇର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ପରେ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି ।
ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଅନ୍ତର୍ଗତ ଅଙ୍ଗାରପଡ଼ା ପଞ୍ଚାୟତ ମହୁଲ ଗାଁରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଦୁଇ ଦୁଇଟି ବୋମାମାଡ଼ରେ ସ୍ଥାନୀୟ ଅଞ୍ଚଳ ଥରି ଉଠିଛି । ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ ଝଗଡ଼ା ହୋଇଥିଲା । ଯାହାକୁ ନେଇ ଦୁଇ ଭାଇ ପରସ୍ପର ଉପରକୁ ବୋମା ଫିଙ୍ଗିଥିଲେ ।
ଏଥିସହ ପଢ଼ନ୍ତୁ: MKCG ସ୍ତ୍ରୀ ଏବଂ ପ୍ରସୂତି ବିଭାଗ OTର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ
ବୋମାମାଡ଼ରେ ବଡ଼ ଭାଇର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ଗୁରୁତର ହୋଇଛନ୍ତି । ବଡ଼ ଭାଇ ମୋହନ ପାଢ଼ୀଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ମଦନ ପାଢ଼ୀ ଗୁରୁତର ଆହତ ହୋଇଛନ୍ତି । ମଦନଙ୍କ ହାତ ଛିଡ଼ି ଯାଇଥିବା ଜଣାପଡ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୋମାମାଡ଼ ଖବର ପାଇ ଘଟଣା ସ୍ଥଳରେ ପ୍ରଥମେ ଚନ୍ଦକା ଥାନା ଅଧିକାରୀ ଓ ପିସିଆର୍ ଟିମ୍ ପହଞ୍ଚିଥିଲେ । ପରେ ଜୋନ୍-୬ ଏସିପି, ସାଇଣ୍ଟିଫିକ୍ ଟିମ୍ ଓ ଭୁବନେଶ୍ବର ଡିସିପି କ୍ରାଇମ୍ ସ୍ପଟ୍ରେ ଛାନଭିନ୍ କରିଛନ୍ତି ।
ଗ୍ରାମବାସୀଙ୍କ ଅନୁସାରେ, ଦୁଇ ଭାଇ ମଦନ ଓ ମୋହନଙ୍କ ମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଝଗଡ଼ା ହୋଇଥିଲା । ପରେ ପରିବାର ଲୋକ ଓ ଗ୍ରାମବାସୀ ଉଭୟଙ୍କୁ ବୁଝାସୁଝା କରିଥିଲେ । ପରେ ବିଳମ୍ବିତ ରାତିରେ ପୁଣି ଥରେ ଦୁଇ ଭାଇ ମୁହାଁମୁହିଁ ହୋଇଥିଲେ ।
ଝଗଡ଼ା ବଢ଼ିବା ପରେ ମଦନ ଓ ମୋହନ ପରସ୍ପର ଉପରକୁ ବୋମା ଫିଙ୍ଗିଥିଲେ । ଯେଉଁଥିରେ ବଡ଼ ଭାଇ ମୋହନଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ସାନ ଭାଇ ମଦନ ମେଡିକାଲ୍ ବେଡରେ ଜୀବନ ମରଣ ସହ ସଂଗ୍ରାମ କରୁଛି । ଚନ୍ଦକା ଥାନା ପୋଲିସ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ଦିଗକୁ ନେଇ ଛାନଭିନ୍ ଆରମ୍ଭ କରିଛି ।
ଏଥିସହ ପଢ଼ନ୍ତୁ: ଭସାଣି ବେଳେ ସଂଘବଦ୍ଧ ଆକ୍ରମଣ; ଚାଲିଗଲା ଦୋକାନୀଙ୍କ ଜୀବନ
ଦୋକାନୀଙ୍କୁ ଭୁଜାଲି ମାଡ଼
ସେପଟେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଆନ୍ଦିଆ ପଞ୍ଚାୟତର ଜେନା ସାହିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଲକ୍ଷ୍ମୀଧର ଜେନା ଓ ପର୍ଶୁରାମଙ୍କୁ ଭୁଜାଲି ଏବଂ କାଚ ବୋତଲରେ ଆକ୍ରମଣ କରିଥିଲେ । ପରିବାରର ଅଭିଯୋଗ ଅନୁସାରେ, ଦୁର୍ବୃତ୍ତଙ୍କ ଆକ୍ରମଣରେ ଘଟଣାସ୍ଥଳରେ ହିଁ ଲକ୍ଷ୍ମୀଧରଙ୍କ ମୃତ୍ୟୁ ହୋଇଛି । ପର୍ଶୁରାମ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Related Topics
Explore more stories