Shocking News / ଅଧରାତିରେ ପ୍ରେମିକାକୁ ଭେଟିବାକୁ ଯାଇ ପ୍ରେମିକ ହଟହଟା; ଚୋର ସନ୍ଦେହରେ ବାନ୍ଧି ଛେଚିଲେ ଗାଁ ଲୋକେ
·1 hour ago·2 min read

Key Points
ପ୍ରେମିକାକୁ ଏକାନ୍ତରେ ସାକ୍ଷାତ ପାଇଁ ସବୁ ଯୋଜନା କରି ବାହାରିଥିଲା ପ୍ରେମିକ । ହେଲେ ରାତି ଅଧରେ ପ୍ରେମିକାର ବାରିପଟେ ପଶିବା କାଳ ହେଲା ।
ବ୍ରହ୍ମପୁର: ପ୍ରେମିକାର ଫୋନ୍ ପାଇ ଭେଟିବାକୁ ବାହାରିଥିଲା ପ୍ରେମିକ । ରାତି ଅଧରେ ଲୁଚାଛପାରେ ଭେଟିବାକୁ କାର୍ ବି ଭଡ଼ା କରିଥିଲା । ପ୍ରେମିକାକୁ ଏକାନ୍ତରେ ସାକ୍ଷାତ ପାଇଁ ସବୁ ଯୋଜନା କରି ବାହାରିଥିଲା ପ୍ରେମିକ । ହେଲେ ରାତି ଅଧରେ ପ୍ରେମିକାର ବାରିପଟେ ପଶିବା କାଳ ହେଲା ।
ଅନ୍ଧାର ରାତିରେ ବାରି ପଟେ ବୁଲୁଥିବା ଦେଖି ଲୋକେ ଚୋର ଭାବିଲେ । ହାତ ଗୋଡ଼କୁ ଖୁଣ୍ଟରେ ବାନ୍ଧି ମନ ଇଚ୍ଛା ପିଟିଲେ । ଆଉ ସକାଳୁ ଖବର ପାଇ ଯୁବକଙ୍କୁ ଉଦ୍ଧାର କଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜରଡ଼ା ଖାନା ପଥରାଘାଇ ଗାଁରେ ।
ଏଥିସହ ପଢ଼ନ୍ତୁ: ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ…କୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
ମିଳିଥିବା ସୂଚନା ଅନୁସାରେ, ନୂଆପଡ଼ା ଅଞ୍ଚଳର ଯୁବକ ଜଣଙ୍କ ପଥରାଘାଇ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଆଉ ପ୍ରେମିକାର ଫୋନ ପାଇ ବୁଧବାର ବିଳମ୍ବିତ ରାତିରେ କାର୍ ଭଡ଼ା କରି ପଥରାଘାଇ ଗାଁକୁ ଆସିଥିଲେ । ଗାଁରେ ପହଞ୍ଚିବା ପରେ ଲୁଚି ଲୁଚି ଜଣଙ୍କ ବାଡ଼ିରେ ପଶିଥିଲେ ଯୁବକ ଜଣଙ୍କ ।
ସେହି ସମୟରେ ଗାଁ ଲୋକ ଯୁବକଙ୍କୁ ଧରି ଚୋର ସନ୍ଦେହ କରିଥିଲେ । ଆଉ ଧରି ନେଇ ଗାଁ ମଝିରେ ଖୁଣ୍ଟରେ ବାନ୍ଧି ନିର୍ଧୁମ୍ ମଡ଼ ମଧ୍ୟ ମାରିଥିଲେ । ପ୍ରେମିକାର ଗାଁ ଦାଣ୍ଡରେ ପ୍ରେମିକ ରାତି ସାରା ହଟହଟା ହୋଇଥିଲା । ମାଡ଼ ମାରି ଯୁବକଙ୍କୁ ଲହୁଲୁହାଣ କରି ଦେଇଥିଲେ ଗ୍ରାମବାସୀ ।
ଏଥିସହ ପଢ଼ନ୍ତୁ: ରିଲ୍ ବନାଉଥିଲେ, ହଠାତ୍ ବାହାର କଲେ ପିସ୍ତଲ...ଭିଡିଓ ଭାଇରାଲ ପରେ ଛାଡ଼ିଗଲା ରିଲ୍ସ ନିଶା
ଯୁବକ କାହିଁକି, କେଉଁ ଉଦ୍ଦେଶ୍ୟରେ ଜଣଙ୍କ ବାଡ଼ିରେ ପଶିଥିଲେ ପଚାରିଥିଲେ । ଯୁବକ ନୂଆପଡ଼ା ଅଞ୍ଚଳର ବୋଲି ପରିଚୟ ଦେବା ସହିତ ପଥରଘାଇର ଯୁବତୀଙ୍କୁ ଭଲ ପାଉଥିବା କହିଥିଲେ । ଯୁବତୀଙ୍କୁ ଦେଖା କରିବା ପାଇଁ ଆସିଥିବା ଜଣାଇଥିଲେ । ହେଲେ ମାଡ଼ ଖାଇବା ସତ୍ତ୍ୱେ ପ୍ରେମିକାଙ୍କ ନାଁ କହି ନଥିଲେ ।
ଯୁବକଙ୍କ ସହ ଆସିଥିବା କାର୍ର ଡ୍ରାଇଭରକୁ ମଧ୍ୟ ଗ୍ରାମବାସୀ ମାଡ଼ ମାରିଥିବା ଜଣାପଡ଼ିଛି । ସକାଳୁ ଖାରିଆଗୁଡ଼ା ଫାଣ୍ଡି ପୋଲିସ ଖବର ପାଇ ଯୁବକଙ୍କୁ ଉଦ୍ଧାର କରିଛି । ପରେ ଗ୍ରାମବାସୀ ଓ ଯୁବକଙ୍କ ପରିବାରବର୍ଗଙ୍କ ଆଲୋଚନାରେ ଘଟଣା ସମାଧାନ ହୋଇଛି । ଏନେଇ ପୋଲିସରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories