Weather Alert / ଆସୁଛି ଲଘୁଚାପ, ସକ୍ରିୟ ହେବ ମୌସୁମୀ,ଜୁନ୍ ୨୪ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
·2 months ago·3 min read

Key Points
ସାରା ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି
୨୧ ତାରିଖ ଯାଏ ନାହିଁ ଆଶ୍ୱସ୍ତି
୨୨ରୁ ୨୪ ଜୁନ୍ ମଧ୍ୟରେ ରାଜ୍ୟରେ ମୌସୁମୀ ଫେରିପାରେ
ପାଣିପାଗ ବିଜ୍ଞାନୀଙ୍କ ସୁଚନା

ଭୁବନେଶ୍ବର,୧୮/୦୬:ଆସୁଛି ଲଘୁଚାପ,ସକ୍ରିୟ ହେବ ମୌସୁମୀ । ୨୦୨୬ ମୌସୁମୀ ଋତୁର ପ୍ରଥମ ଲଘୁଚାପ କ୍ଷେତ୍ର ଜୁନ୍ ୨୪-୨୫ ଆଡ଼କୁ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧି ପାଇବାର ସମ୍ଭାବନା। ବର୍ତ୍ତମାନ ରାଜ୍ୟର ଅଧିକାଂଶ ଅଞ୍ଚଳକୁ ମୌସୁମୀ ସ୍ପର୍ଶ କରିଥିଲେ ବି ବର୍ଷା ପରିମାଣ ଯଥେଷ୍ଟ କମ ରହିଛି । ଏପରିକି ଅନେକ ସ୍ଥାନରେ ଏଯାଏ ବର୍ଷା ହୋଇନାହିଁ । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଏହା ମୌସୁମୀକୁ ସକ୍ରୀୟ କରିବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବ ।
ଜୁନ୍ ମାସ ଅଧା ସରିଲାଣି, ମୌସୁମୀ ଓଡ଼ିଶା ମାଟି ଛୁଇଁ ବି ସାରିଲାଣି ହେଲେ ବର୍ଷାର ଦେଖା ନାହିଁ। ଚାରିଆଡ଼େ କେବଳ ଅସହ୍ୟ ଗରମ ଆଉ ଗୁଳୁଗୁଳିର ରାଜୁତି` ରାଜ୍ୟରେ ମୌସୁମୀ ପ୍ରବେଶ ପରେ ବି ଗରମ ଓ ଗୁଳୁଗୁଳିର ପ୍ରକୋପ ଜାରି ରହିଛି । ପୂର୍ବାନୁମାନ ଯାହା, ଏବେ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ଅସହ୍ୟ ଗରମ, ଗୁଳୁଗୁଳିରୁ ନିସ୍ତାର ସମ୍ଭାବନା କମ୍ ।
କୃଷି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ଆସନ୍ତା ୨୧ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ସହ ଅସହ୍ୟ ଗରମ ହେବ । ରାତିରେ ମଧ୍ୟ ଗରମରୁ ନିସ୍ତାର ମିଳିନପାରେ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଭୀଷଣ ଗରମ ଜାରି ରହିବ । ଏହି ସମୟରେ ସାରା ରାଜ୍ୟରେ ବ୍ୟାପକ ବର୍ଷା ହେବ । କେତେକ ଜାଗାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
୨୨ରୁ ୨୪ ଜୁନ୍ ମଧ୍ୟରେ ରାଜ୍ୟରେ ମୌସୁମୀ ଫେରିବାର ପ୍ରାରମ୍ଭିକ ସଙ୍କେତ ମିଳିପାରେ । ଆକାଶରେ ମେଘର ପରିମାଣ ଧୀରେ ଧୀରେ ବଢ଼ିବ । ଏହା ସହିତ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ବଢ଼ିପାରେ । ଏହି ସମୟରେ ମୌସୁମୀ ବାୟୁ ପ୍ରବାହ ଧୀରେ ଧୀରେ ଶକ୍ତିଶାଳୀ ହୋଇପାରେ । ୨୩ରୁ ୨୭ ତାରିଖ ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳରେ ଅଧିକ ବର୍ଷା ହେବା ସମ୍ଭାବନା ଅଛି । ଉପକୂଳ, ଉତ୍ତର ଏବଂ କେନ୍ଦ୍ରୀୟ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହି ବର୍ଷାର ପ୍ରଭାବ ଧୀରେ ଧୀରେ ପଶ୍ଚିମ ଓଡ଼ିଶା ଆଡ଼କୁ ମଧ୍ୟ ବଢ଼ିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ମୌସୁମୀ ଆସିଲା, ହେଲେ ବର୍ଷା ଖେଳୁଛି ଲୁଚକାଳି,ରାଜ୍ୟରେ ଗରମ ଓ ଗୁଳୁଗୁଳିର ରାଜୁତି
ମୌସୁମୀ ବାୟୁ ଅନୁକୂଳ ହେବା ଫଳରେ ପଶ୍ଚିମ ଓଡ଼ିଶାର ତାପମାତ୍ରା କ୍ରମଶଃ କମିବ । ଶକ୍ତିଶାଳୀ ହେଉଥିବା ମୌସୁମୀ ବାୟୁ ପ୍ରବାହ ଏହି ସମୟରେ ଓଡ଼ିଶାର ପଡ଼ୋଶୀ ଅଞ୍ଚଳ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିବ । ଅନେକ ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଅନୁଯାୟୀ, ୨୮ରୁ ୩୦ ଜୁନ୍ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ବାୟୁମଣ୍ଡଳୀୟ ଚାପରେ ପରିବର୍ତ୍ତନ ଘଟି ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସଙ୍କେତ ମିଳୁଛି । ହେଲେ ଏହା କେତେ ଘନୀଭୂତ ହେବ, ସେ ନେଇ ଏବେଠାରୁ ସମ୍ପୂର୍ଣ୍ଣ ସ୍ପଷ୍ଟତା ଆସିନାହିଁ । ତଥାପି ଜୁନ୍ ଶେଷ ସପ୍ତାହ ଆଡ଼କୁ ଓଡ଼ିଶାରେ ଚାଲିଥିବା ଦୁର୍ବଳ ମୌସୁମୀ ପାଗ ବଦଳି ଏକ ସକ୍ରିୟ ବର୍ଷା ପର୍ଯ୍ୟାୟ ଆରମ୍ଭ ହେବା ନେଇ ମଧ୍ୟମ ଆଶା ରହିଛି । ୨୩ ତାରିଖବେଳକୁ ଏ ନେଇ ଅଧିକ ସ୍ପଷ୍ଟ ସୂଚନା ମିଳିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।
ବୁଧବାର ମଧ୍ୟ ବୌଦ୍ଧ ରାଜ୍ୟରେ ସବୁଠାରୁ ଉତ୍ତପ୍ତ ଥିଲା । ବୌଦ୍ଧରେ ପାରଦ ୪୨.୭ ଡିଗ୍ରୀ ସେଲସିୟସ୍, ସମ୍ବଲପୁର ୪୧.୫, ହୀରାକୁଦ ୪୧.୪ ଡିଗ୍ରୀ ଥିଲା । ଭୁବନେଶ୍ୱରରେ ତାପମାତ୍ରା ୩୮.୬ ଡିଗ୍ରୀ ଥିବାବେଳେ ଗୁଳୁଗୁଳି ଅସହ୍ୟ ହୋଇ ପଡ଼ିଥିଲା । ପାଣିପାଗ ବିଭାଗ ଆକଳନ କରିଛି, ରାଜ୍ୟରେ ଏବେ ନିୟମିତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ୨୧ ତାରିଖ ଯାଏଁ ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ସମେତ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ଗରମ ସହ ଗୁଳୁଗୁଳି ପ୍ରକୋପ ଲାଗି ରହିବ । ଗୁରୁବାର ଝାରସୁଗୁଡ଼ା ଓ ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିପାରେ । ୧୯ରୁ କିଛି ସ୍ଥାନରେ ବର୍ଷା ଅଧିକ ହୋଇପାରେ ।

Related Topics
Explore more stories