Videos
|
Odisha

Heat Wave Odisha / ମୌସୁମୀ ଆସିଲା, ହେଲେ ବର୍ଷା ଖେଳୁଛି ଲୁଚକାଳି,ରାଜ୍ୟରେ ଗରମ ଓ ଗୁଳୁଗୁଳିର ରାଜୁତି

Bikash Mohanty
Browse all articles by Bikash Mohanty
·2 months ago·3 min read
ମୌସୁମୀ ଆସିଲା, ହେଲେ ବର୍ଷା ଖେଳୁଛି ଲୁଚକାଳି,ରାଜ୍ୟରେ ଗରମ ଓ ଗୁଳୁଗୁଳିର ରାଜୁତି
Heat wave

Key Points

ମୌସୁମୀ ଆସିଲା, ହେଲେ ବର୍ଷା ଖେଳୁଛି ଲୁଚକାଳି
ରାଜ୍ୟରେ ଗରମ ଓ ଗୁଳୁଗୁଳିର ରାଜୁତି
ଜୁଲାଇରୁ ସେପ୍ଟେମ୍ବର କମ୍ ବର୍ଷା, ବଢ଼ିବ ହିଟ୍-ୱେଭ୍‌!
୪୪ ପ୍ରତିଶତ ନିଅଣ୍ଟିଆ ବର୍ଷାରେ ଶୁଖୁଛି ମାଟି

ଭୁବନେଶ୍ବର,୧୭/୦୬: ଜୁନ୍ ମାସ ଅଧା ସରିଲାଣି, ମୌସୁମୀ ଓଡ଼ିଶା ମାଟି ଛୁଇଁ ବି ସାରିଲାଣି ହେଲେ ବର୍ଷାର ଦେଖା ନାହିଁ। ଚାରିଆଡ଼େ କେବଳ ଅସହ୍ୟ ଗରମ ଆଉ ଗୁଳୁଗୁଳିର ରାଜୁତିପ୍ରଶ୍ନ ,ଏ କି ପ୍ରକାର ମୌସୁମୀ? ପାଣିପାଗ ବିଶେଷଜ୍ଞଙ୍କ ତରେ, ଏଥର ଆରମ୍ଭରୁ ହିଁ ମୌସୁମୀ ଦୁର୍ବଳ ଅଛି। ସରକାରୀ ତଥ୍ୟ କହୁଛି, ଜୁନ୍ ୧ ରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱାଭାବିକ ଭାବେ ୮୩ ମିଲିମିଟର ବର୍ଷା ହେବା କଥା, ହେଲେ ହୋଇଛି ମାତ୍ର ୪୬.୬ ମିଲିମିଟର ଅର୍ଥାତ୍ ୪୪ ପ୍ରତିଶତ ନିଅଣ୍ଟିଆ ବର୍ଷା।

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବର୍ତ୍ତମାନ ଯେଉଁ ସ୍ଥିତି ରହିଛି, ସେଥିରେ ବିଶେଷ ପରିବର୍ତ୍ତନ ଦେଖାଯାଉନି । ଆସନ୍ତା ୧୯/୨୦ ତାରିଖବେଳକୁ କିଛି ବର୍ଷା ହୋଇପାରେ । ସମ୍ଭବତଃ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ପ୍ରଭାବରେ । ମାତ୍ର ତାହା ବି ଦୁର୍ବଳ ରହିପାରେ । ବର୍ଷା ହେଲେ ସ୍ୱଳ୍ପରୁ ମଧ୍ୟମ ଧରଣର ରହିବ । ଯଦି ୧୯/୨୦ ତାରିଖବେଳକୁ ବର୍ଷା ନ ହେବ, ତେବେ ସ୍ଥିତି ଆହୁରି ବିଗିଡ଼ିବ । କାରଣ ତା’ପରେ ୭/୮ ଦିନ ପର୍ଯ୍ୟନ୍ତ ବର୍ଷା ବଢ଼ିବା ସମ୍ଭାବନା କମ୍‌ । ଯଦି ହେବ, ୨୭- ୨୮ ତାରିଖବେଳକୁ ହୋଇପାରେ । ପ୍ରଫେସର ପଶୁପାଳକଙ୍କ କହିବାନୁସାରେ ବର୍ଷା ହେବା ପାଇଁ ଜଳୀୟବାଷ୍ପ ପ୍ରବଳ ମାତ୍ରାରେ ଅଛି । କିନ୍ତୁ, ତାହା ବାୟୁମଣ୍ଡଳ ଉପରିଭାଗକୁ ଉଠିପାରୁନି । ତେଣୁ ମେଘ ବାଦଲ ଖଣ୍ଡ ସଂଗଠିତ ହୋଇପାରୁନି । ମୌସୁମୀ ଟ୍ରଫ୍‌ କିମ୍ବା ଲଘୁଚାପ ମଧ୍ୟ ସୃଷ୍ଟି ହେଉନି । ତେଣୁ ବର୍ଷା ନାହିଁ । ଅପେକ୍ଷା ୨୦ ଯାଏଁ ।

ଜୁନ୍‌ରେ ମୌସୁମୀ ଆଗମନ ପରେ ବର୍ଷା ନଥିବାରୁ ଚାଷ କାମ ଆଗକୁ ବଢ଼ୁନି । ବିଲରେ ବିହନ ବୁଣାବୁଣି କାମ ଅଟକି ରହିଛି । ଆଉ କେତେକ ବିଶେଷଜ୍ଞଙ୍କ କହିବାନୁସାରେ ଚଳିତବର୍ଷ ମୌସୁମୀର ଉଭୟ ପାଶ୍ୱର୍ ଶାଖା ଦୁର୍ବଳ । ଆରବ ସାଗର ଓ ବଙ୍ଗୋପସାଗର ଶାଖା ଦୁର୍ବଳ ଥିବାରୁ ମୌସୁମୀ ସକ୍ରିୟ ହୋଇପାରୁନି । ବର୍ତ୍ତମାନ ପ୍ରଭାବୀ ଲଘୁଚାପ ସୃଷ୍ଟି ହେବା ନେଇ ସ୍ପଷ୍ଟ ଭାବେ କହି ହେବନି । ତେଣୁ ୨୦ ତାରିଖ ପରେ ହିଁ ବର୍ଷା ବଢ଼ିପରରେ । ମାତ୍ର ଲଗାଣ ବର୍ଷା ହେଲା ଭଳି ସମ୍ଭାବନା ଦେଖାଯାଉନି । ଭୁବନେଶ୍ୱର ପାଣିପାଗ ବିଭାଗ ଅନୁସାରେ ମୌସୁମୀ ଆଗକୁ ବଢ଼ି ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼ର ଅଳ୍ପ ଅଂଶ, କୋରାପୁଟର କିଛି ଅଞ୍ଚଳ, ରାୟଗଡ଼ା, କନ୍ଧମାଳ, ଅନୁଗୁଳ, ଦେବଗଡ଼ ଅଧିକାଂଶ ଅଞ୍ଚଳ ଛୁଇଁଛି । ୪-୫ ଦିନରେ ପୂରା ରାଜ୍ୟକୁ ବ୍ୟାପିଯାରେ ।

ପଢନ୍ତୁ ଏହି ଖବର: ରାଜ୍ୟରେ ୪୪% କମ୍ ବର୍ଷା; ପଡ଼ିଲା କି ଏଲ୍‌-ନିନୋ ପ୍ରଭାବ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅପରପକ୍ଷରେ ରାଜ୍ୟରେ ଗରମ ପ୍ରକୋପ ଜାରି ରହିଛି । ବୌଦ୍ଧ ପୁଣି ସବୁଠୁ ଉତ୍ତପ୍ତ ସହର ପାଲଟିଛି, ତାପମାତ୍ରା ୪୨.୬ ଡିଗ୍ରୀ ସେଲସିୟସ୍‌ ଥିଲା ମଙ୍ଗଳବାର । ହୀରାକୁଦ ୪୨, ସୋନପୁର ୪୧.୮, ସମ୍ବଲପୁର ୪୧.୨, ଟିଟିଲାଗଡ଼ ୪୧, ଝାରସୁଗୁଡ଼ା ୪୦.୮, ବଲାଙ୍ଗୀର ୪୦.୩ ଡିଗ୍ରୀ ଥିଲା । ଭୁବନେଶ୍ୱର ତାପମାତ୍ରା ୩୯.୨ ଡିଗ୍ରୀ ଥିବାବେଳେ ନୂଆପଡ଼ା ୩୯.୬, ଖୋର୍ଦ୍ଧା ୩୯, ଭବାନୀପାଟଣା ୩୯.୫ ଡିଗ୍ରୀ ଥିଲା ଆର୍ଦ୍ରତା ପରିମାଣ ଅଧିକ ଥିବାରୁ ଗୁଳୁଗୁଳି ବି ଭୀଷଣ ନାକେଦମ କରୁଛି 

୨୦ ଯାଏଁ ରାଜ୍ୟର କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ଉପକୂଳରେ ଗରମ, ଗୁଳୁଗୁଳି ଜାରି ରହିବା ନେଇ ପୂର୍ବାନୁମାନ କରାଯାଇଛି । ମଙ୍ଗଳବାର ସକାଳରୁ ସନ୍ଧ୍ୟା ଭିତରେ ରାଉରକେଲାରେ ୪୦.୮ ମିଲିମିଟର ବର୍ଷା ହୋଇଥିବାବେଳେ ବାରିପଦାରେ ୨୬.୪, ଢେଙ୍କାନାଳ ୧୫.୨, ଭଦ୍ରକରେ ୧୪.୬ ମିମି ବର୍ଷା ହୋଇଥିଲା । ଭୁବନେଶ୍ୱରରେ ଅପରାହ୍ନରେ କଳାହାଣ୍ଡିଆ ମେଘ ଆସିଲା । ମାତ୍ର ବାଦଲ ଉଡ଼ିଗଲା । ଜୁନ୍‌ ପହିଲାରୁ ୧୬ ତାରିଖ ସୁଦ୍ଧା ରାଜ୍ୟରେ ହାରାହାରି ୮୩ ମିମି ବର୍ଷା ହେବା କଥା । ହୋଇଛି ମାତ୍ର ୪୬.୬ ମିମି । ଢେଙ୍କାନାଳକୁ ଛାଡ଼ିଦେଲେ ବିଶେଷ ବର୍ଷା କୌଣସି ଜିଲ୍ଲାରେ ନାହିଁ । ପୂରା ପଶ୍ଚିମ ଓଡ଼ିଶା ଶୁଖିଲା ପଡ଼ିଛି । ୬୨% ରୁ ୮୭% ପର୍ଯ୍ୟନ୍ତ ନିଅଣ୍ଟିଆ ସ୍ଥିତି ପଶ୍ଚିମରେ । ଦକ୍ଷିଣରେ ବି ୩୦%ରୁ ୬୦% ଯାଏଁ ନିଅଣ୍ଟିଆ ।
Odisha Weather Update: Monsoon Arrives, Rain Remains Patchy as Heat & Humidity Persist | Argus News