Low Pressure / ଆସୁଛି ଲଘୁଚାପ,ହେଲେ କେଉଁ ଦିଗରେ ଗତି କରିବ ସ୍ପଷ୍ଟ ହୋଇନି
·4 months ago·2 min read

Key Points
ମାଡ଼ି ଆସୁଛି ଲଘୁଚାପ
ଆସନ୍ତା ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବାର ସମ୍ଭାବନା
କେଉଁ ଦିଗରେ ଗତି କରିବ ସ୍ପଷ୍ଟ ହୋଇନି
ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି

ଭୁବନେଶ୍ବର୧୧/୦୫: ସୃଷ୍ଟି ହେଲା ଲଘୁଚାପ । ଉତ୍ତର ଶ୍ରୀଲଙ୍କା ଉପକୂଳ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ବାୟୁମଣ୍ଡଳର ଉପରିଭାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଲଘୁଚାପ କ୍ଷେତ୍ର ବାୟୁମଣ୍ଡଳର ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟାରେ ପରିଣତ ହେବ କି ନାହିଁ ଓ ଏହା କେଉଁ ଦିଗରେ ଗତି କରିବ ତାହା ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ।
ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତିଯେ ଆଜି ଠାରୁ ମେ ୧୩ ତାରିଖ ଭିତରେ ଦକ୍ଷିଣ-ପଶ୍ଚିମରୁ କେନ୍ଦ୍ରୀୟ ବଙ୍ଗୋପସାଗର ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଧିକ । ମେ’ ମାସ ମଧ୍ୟଭାଗରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ତଥାପି ଏହା ବାତ୍ୟା ରୂପ ନେବ କି ନା, ତାକୁ ନେଇ ଅନିଶ୍ଚିତତା ରହିଛି`
ପଢନ୍ତୁ ଏହି ଖବର: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଆଜି ବିଜୁଳି, ଘଡ଼ଘଡ଼ି ସହ ହୋଇପାରେ ବର୍ଷା.
ସମୁଦ୍ର ପୃଷ୍ଠର ତାପମାତ୍ରା (୩୦-୩୧ ଡିଗ୍ରୀ) ଓ ବାୟୁମଣ୍ଡଳର ମଧ୍ୟଭାଗରେ ଥିବା ଆର୍ଦ୍ରତା (୬୫–୭୫%) ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ସ୍ଥିତି ରହିଛି । ବଡ଼ ବାତ୍ୟା ପାଇଁ ଭର୍ଟିକାଲ ୱିଣ୍ଡ ସିଅର ଓ ଏମେଜଓ ଭଳି କାରଣ ଯୋଗୁ ବାତ୍ୟାର ପ୍ରଭାବ ରହୁଛି । କିନ୍ତୁ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହେବାରେ ଅନେକ କାରକ ବାଧା ସୃଷ୍ଟି କରିପାରେ ବୋଲି ସେ ଆକଳନ କରିଛନ୍ତି । ଲଘୁଚାପ ସୃଷ୍ଟି ହେବା ପରେ ମୌସୁମୀର ଅଗ୍ରଗତି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜ୍ୟରେ ମେ ମାସ ମଧ୍ୟ ଭାଗରେ କାଳବୈଶାଖୀ, ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ପବନ ଓ ବର୍ଷା ପରିମାଣ ବଢ଼ିପାରେ । ଉପକୂଳ ଜିଲ୍ଲାରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ଗତି ବଢ଼ିପାରେ । ପୁଣି ଅସମ୍ଭାଳ ଗୁଳୁଗୁଳି ମଧ୍ୟ ଅନୁଭୂତ ହୋଇପାରେ ବୋଲି ସେ କହିଛନ୍ତି ।
ସୋମବାର କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ୧୨ ଓ ୧୩ ତାରିଖରେ ମଧ୍ୟ ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ। ଆଜି ରାଜ୍ୟର ସବୁଠି ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା । ନୂଆପଡ଼ାରେ ସର୍ବାଧିକ ୩୯ ଓ ସୋନପୁରରେ ୩୮.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଅପରାହ୍ନରେ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ବର୍ଷା ହୋଇଛି।

Related Topics
Explore more stories