Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ

Odisha

ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ

Ritu Das
Browse all articles by Ritu Das
·2 years ago·1 min read
ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ

ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ। ଶୁକ୍ରବାର ଏହା ଗଭୀର ଅବପାତର ରୂପ ନେବ। ଫଳରେ ଏହି ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଅଣ୍ଡାମାନ ସାଗର ବା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ ମାର୍କ ଲୋ ପ୍ରେସର ବା ସଦୃଶ ଲଘୁଚାପରେରେ ପରିଣତ ହୋଇଛି ।  ଏହାପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଶୁକ୍ରବାର ଏହା ଗଭୀର ଅବପାତର ରୂପ ନେବ।

ଧୀରେ ଧୀରେ ସମ୍ଭାବ୍ୟ ବାତ୍ୟା ୨ ତାରିଖରେ  ଘୁର୍ଣ୍ଣିବାତ୍ୟାର ରୂପ ନେଇପାରେ  ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସାମ୍ଭାବ୍ୟ ବାତ୍ୟାକୁ ନେଇ ବର୍ତ୍ତମାନ ଓଡ଼ିଶା ପାଇଁ କୌଣସି ବିପଦ ସଙ୍କେତ ନାହିଁ। ଏଥିପାଇଁ ସାଉଥ ଆଣ୍ଡାମାନ ନିକୋବର ଅଞ୍ଚଳ ପାଇଁ ୱାର୍ଣ୍ଣିଂ ଜାରି ହୋଇଛି । ୫ ଦିନ ଯାଏ  ରାଜ୍ୟରେ କୌଣସି ସତର୍କ ସୂଚନା ନାହିଁ । ୩  ତାରିଖ ବେଳକୁ ରାଜ୍ୟର  ଗୋଟିଏ କିମ୍ବା  ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
low-pressure | Argus News