Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଭୀର ଅବପାତରେ ରୂପ ନେଲା ଲଘୁଚାପ: ଆଗାମୀ ୨୪ ଘଣ୍ଟା ଯାଏ ପ୍ରବଳ ବର୍ଷା

Ritu Das
Browse all articles by Ritu Das
·1 year ago·1 min read
ଗଭୀର ଅବପାତରେ ରୂପ ନେଲା ଲଘୁଚାପ: ଆଗାମୀ ୨୪ ଘଣ୍ଟା ଯାଏ ପ୍ରବଳ ବର୍ଷା

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ଗଭୀର ଅବପାତ ଗ୍ୟାଙ୍ଗଟକ ବାଂଲାଦେଶ ଉପରେ ରହିଛି। ଏହି ସିଷ୍ଟମ ପଶ୍ଚିମ ଦିଗକୁ ଗତି କରୁଛି ଆଜି ସନ୍ଧ୍ୟା ସୁଦ୍ଧା ଏହା ଦୁର୍ବଳ ହେବ। ଏହା ଧୀରେ ଧୀରେ ଦୁର୍ବଳ ହୋଇ ଆଗାମୀ ୪୮ ଘଣ୍ଟା ଭିତରେ ଅବପାତରେ ପରିଣତ ହେବ। ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ ଦେଇ ଏହା ଗତି କରିବ। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏ ରାଜ୍ୟରେ ବର୍ଷା ରହିବ। ବିଶେଷ ଭାବେ ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ରହିବ। ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ବର୍ଷା ରହିପାରେ।କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। 

୧୬ ତାରିଖରେ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ। ଆଜି ରାତି ପର୍ଯ୍ୟନ୍ତ ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ରହିବ ଏବଂ ଝଟକା ପବନ ୭୦ କିମି ରହିପାରେ। ସମୁଦ୍ର ଅଶାନ୍ତ ରହିବା କାରଣରୁ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ବାଲେଶ୍ଵର ଜିଲ୍ଲାରେ ରେକର୍ଡ କରାଯାଇଛି। ଏହା ପରେ ୧୭ ତାରିଖ ପରଠୁ ରାଜ୍ୟରେ କମିବ ବର୍ଷାର ପରିମାଣ।

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Low pressure forming | Argus News