Weather Warning / ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, କିନ୍ତୁ ବର୍ଷାର ଦେଖା ନାହିଁ, ରାଜ୍ୟର ୮ ଜିଲ୍ଲାରେ ପଡ଼ିବ ଏଲନିନୋର ବଡ଼ ପ୍ରଭାବ.
·2 months ago·2 min read

Key Points
ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, କିନ୍ତୁ ବର୍ଷାର ଦେଖା ନାହିଁ
ରାଜ୍ୟର ୮ ଜିଲ୍ଲାରେ ପଡ଼ିବ ଏଲନିନୋର ବଡ଼ ପ୍ରଭାବ
୧୪୬ ବର୍ଷରେ ସବୁଠୁ ଶୁଖିଲା ଜୁନ୍
ଦେଶରେ 46 ପ୍ରତିଶତ ନିଅଣ୍ଟିଆ ବର୍ଷା, ଓଡ଼ିଶାରେ 52%

ଭୁବନେଶ୍ବର୨୪/୦୬: ମୌସୁମୀ ଆସିବ, ବର୍ଷା ଆଣିବ, ଚାଷ ପାଇଁ ପାଗ ଅନୁକୂଳ ହେବ । ରାଜ୍ୟରେ ସବୁ ଆଶା ପାଣି ଫଟାଇ ଦେଇଛି ଏଲନିନୋ ଭଳି ସ୍ଥିତି । ଏଥର ଏମିତି ତ ବିଳମ୍ବରେ ପହଞ୍ଚିଲା ମୌସୁମୀ, ସେଥିରେ ପୁଣି ଆଶାନୁରୂପ ବର୍ଷା ନାହିଁ, ଫଳରେ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ଇଏ କୋରାପୁଟର ଚିତ୍ର । ପର୍ଯ୍ୟାପ୍ତ ବର୍ଷା ନ ହେବାରୁ ଜମି ପ୍ରସ୍ତୁତି ଓ ବିହନ ବୁଣା କାମ ଠପ୍ ପଡ଼ିଛି । ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ ଜମି ଶୁଖିଲା ।
କୃଷି ପାଣିପାଗ ବିଭାଗର ପୂର୍ବାନୁମାନ, ଦକ୍ଷିଣ ଓଡ଼ିଶାର ୪ଟି ଏବଂ ଉତ୍ତର ଓଡ଼ିଶାର ୪ଟି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବ । ଉତ୍ତର ଓଡିଶାର ମୟୁରଭଞ୍ଜ, କେନ୍ଦୁଝର, ଦେଓଗଡ଼, ସୁନ୍ଦରଗଡ଼ ସହ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଏସବୁ ଜିଲ୍ଲାରେ ଏଥର କମିବ ବର୍ଷା । ଏଥିପାଇଁ ସ୍ବଳ୍ପ କିସମ ବିହନ ସଂପୃକ୍ତ ଜିଲ୍ଲା ଚାଷୀଙ୍କୁ ଯୋଗାଇବା ପାଇଁ ଯୋଜନା କରିଛି କୃଷି ବିଭାଗ । ତେବେ ଉଚ୍ଚା ଜମିରେ ଚାଷୀ ମାନେ ଧାନ ବ୍ୟତୀତ ଅଣ ଧାନ ଫସଲ କରିବାକୁ ପରାମର୍ଶ ଦେଇଛନ୍ତି କୃଷି ବିଜ୍ଞାନୀ ଡ. ତୁଷାର ରଞ୍ଜନ ମହାନ୍ତି।
ପଢନ୍ତୁ ଏହି ଖବର: ରାଜ୍ୟରେ ବଢ଼ିବ କାଳବୈଶାଖୀ ବର୍ଷା,ଆଜି ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୨୧ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ
କମ୍ ବର୍ଷା ଭିତରେ ଆହୁରି ଚିନ୍ତା ବଢ଼ାଇଲା IMDର ବର୍ଷା ରିପୋର୍ଟ । ୧୪୬ ବର୍ଷରେ ସବୁଠାରୁ ଶୁଖିଲା ଜୁନ୍ । ଗତ ଦୁଇ ସପ୍ତାହ ଧରି ଅଟକି ଯାଇଥିବା ମୌସୁମୀ ଆଗାମୀ ଦିନରେ ସକ୍ରିୟ ହୋଇ ସ୍ଵାଭାବିକ ହେବ ବୋଲି ଆଶା କରାଯାଉଥିଲେ ବି, ଜୁନ୍ ମାସରେ ଯଥେଷ୍ଟ କ୍ଷତି କରିସାରିଛି । ଜୁନ୍ ୪ରୁ ୨୨ ତାରିଖ ଭିତରେ ଦେଶରେ ମାତ୍ର ୫୩.୧ ମିଲିମିଟର ବର୍ଷା ହୋଇଛି । ଏହି ସମୟ ମଧ୍ୟରେ ୯୭.୬ ମିଲିମିଟର ବର୍ଷା ହେବା କଥା ତେଣୁ ମୌସୁମୀ ବର୍ଷାରେ ପ୍ରାୟ ୪୬ ପ୍ରତିଶତ ନିଅଣ୍ଟ ହୋଇଛି । ଓଡ଼ିଶାରେ ଏହି ସମୟ ୧୨୮.୯୦ ମିଲିଲିଟର ବର୍ଷା ହେବାକୁ ଥିବାବେଳେ ମାତ୍ର ୬୨.୫ ମିଲିଲିଟର ବର୍ଷା ହୋଇଛି। ଅର୍ଥାତ୍ ୫୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳ॥

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେନ୍ଦ୍ର ଓ ପଶ୍ଚିମ ଭାରତର ଅଧିକାଂଶ ଅଞ୍ଚଳର ଆକାଶ ବାଦଲମୁକ୍ତ ରହିଛି । ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁଯାୟୀ, ଚଳିତବର୍ଷର ଜୁନ୍ ଗତ ୧ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ସବୁଠୁ ଶୁଷ୍କ ଭାବେ ପରିଣତ ହେବାକୁ ଯାଉଛି ।
Related Topics
Explore more stories