Videos
|
Odisha

ଆସନ୍ତା ୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

Ritu Das
Browse all articles by Ritu Das
·2 years ago·1 min read
ଆସନ୍ତା ୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଅର୍ଗସ ବ୍ୟୁରୋ: ଗତକାଲିର ଅବପାତ ଆଜି ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂରେ ରହିଛି। ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଗତି କରୁଛି ଅବପାତ। ବିଶାଖାପାଟଣା ଠାରୁ ୧୫୦ କିମି ଏବଂ ମାଲକାନଗିରି ଠାରୁ ୭୦ କିମି ଦୂରରେ ରହିଛି।

ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ପରେ ଦୁର୍ବଳ ହୋଇ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେବ। ପ୍ରଭାବରେ ଆଜି ଦକ୍ଷିଣ ଓଡିଶା ଓ  ଉତ୍ତର ଓଡ଼ିଶାର ପ୍ରବଳର ବର୍ଷାର ଆକଳନ କରିଚି ଆଞ୍ଚଳିକ ପାଣିପାଗ ବିଭାଗ।ବିଶେଷକରି କୋରାପୁଟ ଓ ମାଲକାନାଗିରି ର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଜାରି ହୋଇଛି ହଳଦିଆ ଚେତାବନୀ।

ସେପଟେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆସନ୍ତା ୪ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ପରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଅବପାତଟି ଛତିଶଗଡ଼ ମୁହାଁ ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଲଘୁଚାପ ପ୍ରଭାବରେ ୪ ତାରିଖରୁ ପୁଣି ପ୍ରବଳ ବର୍ଷିବ।

ଅନ୍ୟପଟେ ଚଳିତ ମୌସୁମୀ ସିଜନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୮୩୧. ୯ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୧୦ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ୯୦୬. ୫ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସ୍ୱାଭାବିକ ଠାରୁ  ଅଧିକ ବର୍ଷା ହୋଇଥିବା  ବେଳେ ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ପାଣିପାଗ ଖବର