Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

low pressure / ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,୮ ଜିଲ୍ଲାରେ ଛେଚିବ

Bikash Mohanty
Browse all articles by Bikash Mohanty
·4 months ago·2 min read
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,୮ ଜିଲ୍ଲାରେ ଛେଚିବ
Weather Update

Key Points

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ
୮ ଜିଲ୍ଲାକୁ ପାଣିପାଗ ବିଭାଗର ସତକର୍ତା
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଦୁଇ ଦିନ ଝଡତୋଫାନ, ବଜ୍ରପାତ ନେଇ ୮ ଜିଲ୍ଲାକୁ ପାଣିପାଗ ବିଭାଗର ସତକର୍ତା । ଆସନ୍ତାକାଲି ୮ ଜିଲ୍ଲା ଓ ୨୪ ତାରିଖ ୩ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୪୮ ଘଣ୍ଟା ସୁଦ୍ଧା ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ସେହି ଅଞ୍ଚଳରେ ଅଧିକ ସୁସ୍ପଷ୍ଟ ହେବ ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସ‌ହ ୩୦ରୁ ୪୦ କିମି ବେଗରେ ପବନ ବ‌ହିବାର ସମ୍ଭାବନା ରହିଛି। ଏଣୁ ଏହିସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି ହୋଇଛି ।

ଆସନ୍ତା ୨୪ ତାରିଖ ଦିନ ମୟୂରଭଞ୍ଜ, ଯାଜପୁର ଓ କଟକ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ଏହିସବୁ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣି ଜାରି ହୋଇଛି । ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ଦେଖାଯିବ ।

ସେପଟେ ରାଜ୍ୟରେ ବଢୁଛି ତାପମାତ୍ରା! ଗତକାଲିର ସର୍ବୋଚ୍ଚ ତାପମାତ୍ରା ୩୫.୫ ଡିଗ୍ରୀ ସହିତ ଝାରସୁଗୁଡ଼ା ଓଡ଼ିଶାର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଭୁବନେଶ୍ୱର ୩୫.୪ ଡିଗ୍ରୀ (ଦ୍ବିତୀୟ ଉତ୍ତପ୍ତ ସହର ଭାବରେ ପରିଣତ ହୋଇଥିଲା ।ସେହିପରି ପାରଳାଖେମୁଣ୍ଡି ୩୫.୨ ଡିଗ୍ରୀ ,ଭଦ୍ରକ ୩୫ ଡିଗ୍ରୀ,ତାଳଚେର ୩୫ ଡିଗ୍ରୀ ରହିଥିବା ବେଳେ ବର୍ତମାନ ଆଗାମୀ ୨ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ।

କିନ୍ତୁ ୨୩ ତାରିଖରେ ରାଜ୍ୟର କିଛି କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବିଜୁଳି ଘଡଘଡି ସହ ହାଲୁକା ମଧ୍ୟମ ବର୍ଷା ସମ୍ଭାବନା ରହିଛି। ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି ଚେତାବନୀ। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ମାଲକାନାଗିରି,କୋରାପୁଟ,ନବରଙ୍ଗପୁର,କଳାହାଣ୍ଡି,ମୟୂରଭଞ୍ଜ,କେଉଁଝର,ବାଲେଶ୍ଵର ,ଭଦ୍ରକ।ସେହିପରି ୨୪ ତାରିଖ ପାଇଁ ଯାଜପୁର,କଟକ,ମୟୂରଭଞ୍ଜ ରେ ବିଜୁଳି ଘଡଘଡି ସହ ବର୍ଷା ଓ ଝଟକା ପବନ ୩୦ ରୁ ୪୦ ରହିବା ସମ୍ଭାବନା ରହିଛି। ଏପଟେ ବର୍ତମାନ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଶୁଖୁଲା ପାଗ ରହିଥିବା ବେଳେ ରାତ୍ରି ତାପମାତ୍ରା ପ୍ରାୟ ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ ଏବଂ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ କୌଣସି ବଡ଼ ପରିବର୍ତ୍ତନ ହୋଇ ନାହିଁ ବୋଲି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି।

ପଢନ୍ତୁ ଏହି ଖବର: ଦେଖୁ ଦେଖୁ ବଦଳିଯିବ ପାଗ, ୧୫ ଜିଲ୍ଲାକୁ ୱାର୍ଣ୍ଣିଂ... ଘରୁ ବାହାରୁ ଥିଲେ ସାବଧାନ!
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
low pressure | Low Pressure in Bay of Bengal, Thunderstorm Alert for 8 Odisha Districts | Argus News