୪୮ ଘଣ୍ଟାରେ ଲଘୁଚାପ, ୨୬ରୁ ୨୯ ପ୍ରବଳ ବର୍ଷା ସମ୍ଭାବନା

Key Points
ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ଥିବାବେଳେ ଆହୁରି ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ୪୮ ଘଣ୍ଟାରେ ଲଘୁଚାପର ରୂପ ନେବ ଏହି ସକ୍ରିୟ ଘୂର୍ଣ୍ଣିବଳୟ।
ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ଥିବାବେଳେ ଆହୁରି ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ୪୮ ଘଣ୍ଟାରେ ଲଘୁଚାପର ରୂପ ନେବ ଏହି ସକ୍ରିୟ ଘୂର୍ଣ୍ଣିବଳୟ। ତେବେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ସୂଚନା ଦେଇଛି ବିଭାଗ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟଟି ସକ୍ରିୟ ଥିବା ବେଳେ ଏହା ଅଧିକ ଘନୀଭୂତ ବା ଘୁର୍ଣ୍ଣିବଳୟ ପ୍ରଭାବରେ ୪୮ ଘଣ୍ଟାରେ ଲଘୁଚାପର ରୂପ ନେବ ବୋଲି ସମ୍ଭାବନା ଦେଇଛି ପାଣିପାଗ ବିଭାଗ।
ପ୍ରଭାବରେ ଆଗାମୀ ୫ ଦିନ ଯାଏ ବର୍ଷା ସହ ଦକ୍ଷିଣ ଓଡ଼ିଶାରେ ବିଶେଷକରି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆସନ୍ତା ରାଜ୍ୟର ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଯାଜପୁର, ଜଗତସିଂହପୁର, ଢେଙ୍କାନାଳ, କେନ୍ଦ୍ରାପଡା, କଟକ, ମୟୁରଭଞ୍ଜ, କେନ୍ଦୁଝର ରାୟଗଡା ଗଜପତି ଓ କୋରାପୁଟରେ ଏହି ୧୦ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ସେହିପରି ଆସନ୍ତାକାଲି ସାରା ରାଜ୍ୟରେ ବର୍ଷା ସହ ରାୟଗଡା ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।