School Closed / ଲଘୁଚାପଜନିତ ବର୍ଷା ଓ ବୈତରଣୀ-ବ୍ରାହ୍ମଣୀ ନଦୀରେ ବନ୍ୟା: କାଲି ସବୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ
·1 hour ago·2 min read

Key Points
ପୁଣି ଆସନ୍ତାକାଲି ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରହିବ
ଲଘୁଚାପଜନିତ ବର୍ଷା ଓ ବୈତରଣୀ-ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ସମସ୍ତ ସ୍କୁଲ ବନ୍ଦ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରଟି ସଦୃଶ ଲଘୁଚାପରୁ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏବେ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ବାଲାଂଦେଶ ଓ ଉତ୍ତରପଶ୍ଚିମ ବଙ୍ଗୋପାସାଗର ଉପରେ ରହିଛି ଅବପାତ । ଯାହାର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗିରହିଛି। ଏହାସହ ଅନେକ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।ଯାହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାରେ ପୁଣି ଆସନ୍ତାକାଲି ସମସ୍ତ ସ୍କୁଲ ବନ୍ଦ ରହିବ। ଲଘୁଚାପଜନିତ ବର୍ଷା ଓ ବୈତରଣୀ-ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ହେତୁ ଆସନ୍ତାକାଲି (୧୮ ଅଗଷ୍ଟ ୨୦୨୬, ମଙ୍ଗଳବାର ) ଯାଜପୁର ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଜାରି ହୋଇଛି ଆଦେଶ।
.ବର୍ଷା ପାଇଁ ଆଲର୍ଟ:
ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ଦେଇଛି ପାଣିପାଗ କେନ୍ଦ୍ର । ସେହିଭଳି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।''ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ଗସ୍ତରେ ଆସି ଦଶରଥପୁର ବ୍ଲକ୍ର କସପା ଓ ତରପଦା ପଞ୍ଚାୟତ ଅନ୍ତର୍ଗତ ବନ୍ୟା ପ୍ରଭାବିତ ଅଞ୍ଛଳ ପରିଦର୍ଶନ କରିବା ସହ ବନ୍ୟା ପରିସ୍ଥିତି ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ଏଥିସହ ପଢ଼ନ୍ତୁ: ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ; ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା
ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ରାମଚନ୍ଦ୍ରପୁର, ବାଲଦା ଓ ଡୋଭାବିଲ୍ ଗ୍ରାମର ବନ୍ୟା ପ୍ରଭାବିତ ଲୋକଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା, ଆବଶ୍ୟକତା ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଭାବିତଙ୍କ ପାଇଁ ପ୍ରସ୍ତୁତ ରନ୍ଧା ଖାଦ୍ୟର ମାନ ଯାଞ୍ଚ କରିଥିଲେ। ଏଥିସହ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ତ୍ୱରିତ ଓ ପର୍ଯ୍ୟାପ୍ତ ରିଲିଫ୍ ସହାୟତା, ନିରାପଦ ପାନୀୟ ଜଳ ଏବଂ ଆବଶ୍ୟକ ସ୍ୱାସ୍ଥ୍ୟସେବା ନିରବଚ୍ଛିନ୍ନ ଭାବେ ଯୋଗାଇଦେବା ସହ ବନ୍ୟା ପରିସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।''
ଯାଜପୁରରେ ବନ୍ୟା ଓ ବର୍ଷାର ବିଭୀଷିକା । ବରୀ ଓ ଦଶରଥପୁରରେ ୧୪୦ରୁ ଅଧିକ ଗାଁ ଜଳବନ୍ଦୀ ରହିଥିବା ବନ୍ଦ ରହିଛି ସ୍କୁଲ୍ । ବୈତରଣୀ ଓ ବ୍ରାହ୍ମଣୀ ନଦୀର ବନ୍ୟାଜଳ ଯୋଗୁଁ ଯାଜପୁର ଜିଲ୍ଲାର ବରୀ ବ୍ଲକର ୧୯ଟି ପଞ୍ଚାୟତର ପ୍ରାୟ ୮୦ଟି ଏବଂ ଦଶରଥପୁର ବ୍ଲକର ୨୦ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ ବନ୍ୟାଜଳ ଘେରରେ ରହିଛି । ଘାଇ ଦେଇ ପ୍ରବଳ ସ୍ରୋତରେ ଗାଁ ଗୁଡ଼ିକରେ ପାଣି ପଶିବା ସହ ବ୍ୟାପକ ଚାଷଜମି ଏବଂ ଧାନ, ପନିପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବନ୍ୟା ଓ ଲଘୁଚାପଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଯାଜପୁର ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିଛି ।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories