Odisha Flood Crisis / ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡ ଜିରୋରେ ମୁଖ୍ୟମନ୍ତ୍ରୀ; ବନ୍ୟା ବିପନ୍ନଙ୍କ ସହ କଲେ ଆଲୋଚନା
·1 hour ago·2 min read

Key Points
ଭଦ୍ରକ ଓ ଯାଜପୁର ଜିଲ୍ଲାର ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡ ଜିରୋକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର କୋଶଳପୁର ପରିଦର୍ଶନ କରିଛନ୍ତି ।
ଭୁବନେଶ୍ଵର: ବନ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭଦ୍ରକ ଓ ଯାଜପୁର ଜିଲ୍ଲାର ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡ ଜିରୋକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର କୋଶଳପୁର ପରିଦର୍ଶନ କରିଛନ୍ତି । ଏହାପରେ କୋଶଳପୁରରୁ ତରପଦା ପଞ୍ଚାୟତକୁ ଯାଇ ବନ୍ୟା ସ୍ଥିତି ଦେଖିଛନ୍ତି ।
ଏହି ଅବସରରେ ରାଜସ୍ବ ମନ୍ତ୍ରୀ ସୁଇଜ ପୂଜାରୀ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, କୋରେଇ ବିଧାୟକ ଥିଲେ । ବନ୍ୟାଞ୍ଚଳ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ଭଦ୍ରକ ଜିଲ୍ଲା ବୋଦକ ପଞ୍ଚାୟତର ଓରାଳି ପ୍ରାଥମିକ ବିଦ୍ୟାଳୟରେ ଥିବା ରିଲିଫ୍ କେନ୍ଦ୍ର ପରିଦର୍ଶନ କରିବେ । ଓରାଳିରୁ ଈଶ୍ୱରପୁର ଅଭିମୁଖେ ଯାଇ ବନ୍ୟା କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିବେ ।
ଏଥିସହ ପଢ଼ନ୍ତୁ: ଅବପାତରେ ପରିଣତ ହେଲା ଲଘୁଚାପ; ଏବେ ବାଲେଶ୍ଵରଠୁ ୧୮୦ କିମି ଦୂରରେ
ଯାଜପୁରରେ ବନ୍ୟା ଓ ବର୍ଷାର ବିଭୀଷିକା । ବରୀ ଓ ଦଶରଥପୁରରେ ୧୪୦ରୁ ଅଧିକ ଗାଁ ଜଳବନ୍ଦୀ ରହିଥିବା ବନ୍ଦ ରହିଛି ସ୍କୁଲ୍ । ବୈତରଣୀ ଓ ବ୍ରାହ୍ମଣୀ ନଦୀର ବନ୍ୟାଜଳ ଯୋଗୁଁ ଯାଜପୁର ଜିଲ୍ଲାର ବରୀ ବ୍ଲକର ୧୯ଟି ପଞ୍ଚାୟତର ପ୍ରାୟ ୮୦ଟି ଏବଂ ଦଶରଥପୁର ବ୍ଲକର ୨୦ଟି ପଞ୍ଚାୟତର ୬୦ରୁ ଅଧିକ ଗାଁ ବନ୍ୟାଜଳ ଘେରରେ ରହିଛି ।
ଘାଇ ଦେଇ ପ୍ରବଳ ସ୍ରୋତରେ ଗାଁ ଗୁଡ଼ିକରେ ପାଣି ପଶିବା ସହ ବ୍ୟାପକ ଚାଷଜମି ଏବଂ ଧାନ, ପନିପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବନ୍ୟା ଓ ଲଘୁଚାପଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଯାଜପୁର ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ରହିଛି ।
ସେପଟେ ଚାନ୍ଦବାଲି ବ୍ଲକକୁ ପୁଣି ଘାରିଛି ଦ୍ୱିତୀୟ ବନ୍ୟା ଭୟ । ୧୦ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଗାଁ ପାଣି ଘେରରେ ରହିଛି । ଅନେକ ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଛି । ଖେରଙ୍ଗ ଓ ରାରନଗର ପଞ୍ଚାୟତରେ ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ରହିଛି । ଘର ଚାରିପଟେ ପାଣି, ରାସ୍ତା ଉପରେ ପାଣି ଏବଂ ଚାଷଜମିରେ ଲହଡି ମାରୁଛି ବନ୍ୟାଜଳ ।
ଏଥିସହ ପଢ଼ନ୍ତୁ: ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ଆଈ, ନାତି ମୃତ; ନାତୁଣୀ ଗୁରୁତର
ଆନନ୍ଦପୁର ରିଂ ରୋଡ୍ରେ ଘାଇ ସୃଷ୍ଟି ହୋଇ ବୈତରଣୀର ବନ୍ୟା ଜଳ ପଶିଛି । ଉପର ମୁଣ୍ଡରେ ବର୍ଷା ପାଇଁ ଆନନ୍ଦପୁରରେ ବିପଦ ସଂକେତ ପାର କରିଛି ବୈତରଣୀ । ନଦୀରେ ପାଣି ଆସିବାରୁ ପୂର୍ବରୁ ରିଂ ରୋଡ୍ରେ ସୃଷ୍ଟି ହୋଇଥିବା ଘାଇରେ ଆନନ୍ଦପୁର ପୌରପରିଷଦର ୭ ନମ୍ବର ୱାର୍ଡରେ ପଶିଛି ପାଣି ।
ପୂର୍ବରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଆନନ୍ଦପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ରଖାଯାଇଛି । ଗତକାଲି ରାତିରୁ ଆନନ୍ଦପୁର ସମେତ ଫକୀରପୁର ଗାଁ ବନ୍ଧରେ ବାଲି ବସ୍ତା ପକାଇ ଜଗି ରହିଥିଲେ ଲୋକେ । ତଳିଆ ଅଞ୍ଚଳରେ ପୁନର୍ବାର ବନ୍ୟା ସଙ୍କଟ ଆସିବାର ଆଶଙ୍କା ଥିବା ବେଳେ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଥିବା କହିଛନ୍ତି ଉପଜିଲ୍ଲାପାଳ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories