|
logo
Live

Argus News - ସୃଷ୍ଟି ହେଲା ଲଘୁଚାପ : ୨୪ରେ ନେବ ଅବପାତର ରୂପ

Odisha

ସୃଷ୍ଟି ହେଲା ଲଘୁଚାପ : ୨୪ରେ ନେବ ଅବପାତର ରୂପ

Ritu Das
Browse all articles by Ritu Das
·1 year ago·1 min read
ସୃଷ୍ଟି ହେଲା ଲଘୁଚାପ : ୨୪ରେ ନେବ ଅବପାତର ରୂପ

ଅର୍ଗସ ବ୍ୟୁରୋ: ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳ ୫ ଟା ରେ ସୃଷ୍ଟି ହୋଇଛି ଲଘୁଚାପ । ଉତ୍ତର ପୂର୍ବ ଦିଗରେ ଗତି କରି ୨୪ତାରିଖରେ ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ପଶ୍ଚିମ-ଉତ୍ତର ପୂର୍ବ ସଂଲଗ୍ନ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଓ ଆହୁରି ତୀବ୍ର ହେବ।  ୨୫ ଓ ୨୬ ତାରିଖରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବାଲେଶ୍ଵର ଓ ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । 

୨୩ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବିଙ୍କୁ ଫେରି ଆସିବାକୁ କୁହାଯାଇଛି । ୨୫ ତାରିଖରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ଝଡ଼ ପବନ ହେବାସହ ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ବହିବ ପବନ ।  ସେପଟେ ୨୪ ଘଣ୍ଟାରେ ନୂଆପଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୨.୪ ଡିଗ୍ରୀ ରେକର୍ଡ଼ ହୋଇଛି। ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସୃଷ୍ଟି ହେଲା ଲଘୁଚାପ : ୨୪ରେ ନେବ ଅବପାତର ରୂପ | Argus News