Videos
|
Odisha

୨୪ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ

Ritu Das
Browse all articles by Ritu Das
·2 years ago·2 min read
୨୪ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ

ଅର୍ଗସ ବ୍ୟୁରୋ: ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବ। ଲଘୁଚାପଟି ଉତ୍ତର ପୂର୍ବ ଦିଗକୁ ଗତି କରିବା ସହିତ ୨୪ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ରୂପ ହେବ। ପରେ ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି।ଫଳରେ ରାଜ୍ୟରେ ବର୍ଷା ହେବା ନେଇ ସ୍ପଷ୍ଟ କରିଛି ପାଣିପାଗ ବିଭାଗ। ଫଳରେ ୨୪ରୁ ରାଜ୍ୟରେ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ। ଏହାସହ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ୨୩ ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ  ବାରଣ କରାଯାଇଛି। ୨୩  ତାରିଖଠାରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। ସେହିଭଳି ୨୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସମୁଦ୍ରକୁ ନ ଯିବା ପାଇଁ  ମସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । 

ଆଗକୁ ଲଘୁଚାପ ଅବପାତ ରୂପ ନେବାପରେ ତୀବ୍ରତା କେତେ ରହିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଅନ୍ୟପଟେ ବାତ୍ୟା କଥା ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ଆକଳନ କରିନାହିଁ । ପାଣିପାଗ ବିଭାଗ ବାରମ୍ବାର କହି ବାତ୍ୟା ନୁହେଁ ଅବପାତର ରୂପ ନେଇପାରେ ଲଗୁଚାପ । ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ବର୍ଷା ଜାରି ରହିଥିବା ବେଳେ ଆଗାମୀ ପାଞ୍ଚଦିନରେ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। 

ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡିଶାର କିଛି  କିଛି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି  କରାଯାଇଛି। ଆସନ୍ତା କାଲିଠାରୁ ବିଜୁଳି ଘଡଘଡି ସହ ବର୍ଷା ଓ ପବନ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ। ପରେ ୨୫ ତାରିଖ ବେଳକୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସମୟରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର  ସମ୍ଭାବନା  ରହିଛି । 

୭ ରୁ ୮ ଟି  ସହରରେ  ୪୦ ଡିଗ୍ରୀ  ରୁ ଅଧିକା ତାପମାତ୍ରା ରହିଥିବା ବେଳେ ଅବଶିଷ୍ଟ ସହରରେ ୪୦  ଡିଗ୍ରୀରୁ କମ୍ ତାପମାତ୍ରା ରେକର୍ଡ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ସ୍ଥିତି ନଥିବା ବେଳେ କେବଳ  ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିପାରେ ବୋଲି  ପୂର୍ବାନୁମାନ କରିଛି ପାଣିପାଗ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Low pressure will | Argus News