ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ: ପ୍ରଭାବରେ ସପ୍ତାହେ ବର୍ଷା

ଅର୍ଗସ ବ୍ୟୁରୋ: ଲଘୁଚାପର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ କ୍ଷେତ୍ର । ପ୍ରଭାବରେ ସପ୍ତାହେ ଯାକ ଲାଗି ରହିବ ବର୍ଷା । ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବର୍ଷାର ପରିମାଣ । ବାହୁଡାରେ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ବଙ୍ଗୋପସାଗରରେ ୧୪ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୧୫ ତାରିଖରେ ଲଘୁଚାପରେ ପରିଣତ ହେବା ସହିତ ଅଧିକ ବଳ ଗୋଟାଇ ଅବପାତରେ ପରିଣତ ହେବ । ୨୦ ତାରିଖରେ ଏହା ଓଡ଼ିଶା ଉପକୂଳ ଦେଇ ଗତି କରିବ । ପ୍ରଭାବରେ ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି ।
ପାଣିପାଗ ବିଭାଗର ଆଳକନ ଅନୁଯାୟୀ ଆଜି ମଧ୍ୟ ଉତ୍ତର ଏବଂ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ରାୟଗଡ଼ାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ଆସନ୍ତାକାଲି ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼ ଇତ୍ୟାଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ବାହୁଡ଼ା ଅର୍ଥାତ ୧୫ ତାରିଖ ଦିନ କନ୍ଧମାଳ, ଗଞ୍ଜାମ, ଗଜପତି ସମେତ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
📱 Get Argus News App
✨ଅଧିକ ପଢ଼ନ୍ତୁ ପାଣିପାଗ ଖବର