ପୋକରା ବାଦାମରେ ପ୍ରସ୍ତୁତ ବାଦାମ ଲଡୁ, ନିମ୍ନମାନର ଖଜରା ସହ ଛତୁଆ ଚାଲିଛି ବିତରଣ

ପୁରୀ: ବ୍ରହ୍ମଗିରିରେ ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ଜୀବନ ସହ ଚାଲିଛି ସାଂଘାତିକ ଖେଳ। ଶିଶୁ ସମନ୍ବୟ ବିକାଶ ବିଭାଗ ଦ୍ବାରା ବଣ୍ଟାଯାଉଥିବା ପୃଷ୍ଟିକର ଖାଦ୍ୟରୁ ପୋକ ବାହାରୁଥିବା ଅଭିଯୋଗ । ପୋକରା ବାଦାମରେ ପ୍ରସ୍ତୁତ ହେଉଛି ବାଦାମ ଲଡୁ । ନିମ୍ନମାନର ଖଜରା ସହ ଛତୁଆ ଚାଲିଛି ବିତରଣ । ବିତରଣର ଗୋଟିଏ ଦିନ ପରେ ବି ବଣ୍ଟା ଯାଇଥିବା ପୃଷ୍ଟିକର ଖାଦ୍ୟ ଖାଇବାକୁ ହେଉନାହିଁ ଉପଯୋଗ ।
ବିତରଣକାରୀ ସଂସ୍ଥା ଏବଂ ବ୍ରହ୍ମଗିରି ସିଡିପିଓଙ୍କ ଭିତିରି ବୁଝାମଣା ପଡିଛି ପଦାରେ। ନିମ୍ନମାନର ଖାଦ୍ୟ ଧରି ସିଡିପିଓ କାର୍ଯ୍ୟାଳୟରେ ପହଁଞ୍ଚିଲେ ହିତାଧିକାରୀ। ହରଡଘଣାରେ ବ୍ରହ୍ମଗିରି ସିଡିପିଓ । ନିମ୍ନମାନର ଲଡୁ ଏବଂ ଖଜରା ସିଡିପିଓଙ୍କୁ ଖୁଆଇଲେ ହିତାଧିକାରୀ। ଖାଦ୍ୟ ଖାଇବା ପରେ ନିମ୍ନମାନର ବୋଲି ସ୍ବୀକାର କଲେ ବ୍ରହ୍ମଗିରି ସିଡିପିଓ ସୈାଦାମିନି ମିଶ୍ର।
ବ୍ରହ୍ମଗିରି ବ୍ଲକରେ ମା' ସାରଳା ଏବଂ ମା' ଜାଗୁଳାୟୀ ସ୍ବୟଂ ସହାୟକ ଗୋଷ୍ଟି ଯୋଗାଉଛନ୍ତି ଖାଦ୍ୟ। କିନ୍ତୁ ମା' ସାରଳା ଗୋଷ୍ଟି ଯୋଗାଇଥିବା ଲଡୁ, ଖଜରା ପ୍ୟାକେଟ୍ ଧରି ହିତାଧିକାରୀ ବ୍ରହ୍ମଗିରି ବିଡିଓ ଓ ସିଡିପିଓଙ୍କ ନିକଟରେ ଫେରାଦ ହୋଇଛନ୍ତି। ତୁରନ୍ତ ତଦନ୍ତ କରି ସମ୍ପୃକ୍ତ ୨ଟି ଯାକ ଯୋଗାଣକାରୀ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ହିତାଧିକାରୀ ।
ଆହୁରି ପଢନ୍ତୁ ଓଡିଶା ଖବର...