Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୋଲା ଆକାଶ ତଳେ ଚାଲିଛି ମଧ୍ୟାହ୍ନ ଭୋଜନ ରନ୍ଧା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଖୋଲା ଆକାଶ ତଳେ ଚାଲିଛି ମଧ୍ୟାହ୍ନ ଭୋଜନ ରନ୍ଧା

Key Points

  • ଜିଲ୍ଲା ପ୍ରଶାସନ ଓ ଜମି ମାଲିକଙ୍କ  ତୁ..ତୁ..ମେ..ମେ
  • ଅକାଳରେ ବଳି ପଡିଲେ ଛାତ୍ରଛାତ୍ରୀ
  • ଘରୋଇ ଜମିରେ ସ୍କୁଲ ଥିବାରୁ ତାଲା ମାରିଲେ ମାଲିକ
  • ଗଛମୂଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
  • ଖୋଲା ଆକାଶ ତଳେ ଚାଲିଛି ମଧ୍ୟାହ୍ନ ଭୋଜନ ରନ୍ଧା

ଅର୍ଗସ ବ୍ୟୁରୋ:  ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ  ଚହକା ପଞ୍ଚାୟତର ଧଅଁରାମାଳ ପ୍ରଥମିକ ବିଦ୍ୟାଳୟ । ୧୯୭୦ ମସିହା ସେପ୍ଟେମ୍ବର ୧ ତାରିଖରେ ବିଦ୍ୟାଳୟଟି ନିର୍ମାଣ କରାଯାଇଥିଲା । ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୮୦ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୩ ଜଣ ଶିକ୍ଷକ ଶିକ୍ଷାଦାନ କରନ୍ତି । ଗତ ୧୪ ତାରିଖ ଶନିବାର ଦିନ ସ୍କୁଲ ଛୁଟି ହେବା ପରେ ଜମି ମାଲିକ ଓ ତାଙ୍କ ପରିବାର ଆସି ସ୍କୁଲକୁ ତାଲା ପକାଇଥିଲା । କିଛି ଦିନ ଧରି ଗଣେଶ ପୂଜା ଓ ନୂଆଁଖାଇ ଯୋଗୁଁ ସମସ୍ତ ସ୍କୁଲ ଛୁଟି ରହିଥିବାରୁ କୌଣସି କାରଣ ଜଣାପଡିନଥିଲା । ୧୭ତାରିଖ  ସ୍କୁଲ ଖୋଲା ହେବା ପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ସ୍କୁଲକୁ ଆସିଥିବା ବେଳେ ଜମି ମାଲିକ ବିଦ୍ୟାଳୟରେ ତାଲା ପକାଇ ଦେଇ ଭିତରକୁ ଯିବାକୁ ବାରଣ କରିଥିଲେ । ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲ କମିଟିରର ପରାମର୍ଶ କ୍ରମେ ଶିକ୍ଷକମାନେ ସ୍କୁଲ ସମ୍ମୁଖରେ ଥିବା ଏକ ଗଛ ତଳେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ଖୋଲା ଆକାଶ ତଳେ ମଧ୍ୟାହ୍ନ ଭୋଜନ ମଧ୍ୟ ରନ୍ଧା ଯାଉଛି ।

ତୁଲସା ବାଗଙ୍କ ପରିବାର ଜମି ମାଲିକାନା ଥିବା ବେଳେ ୩ଡ଼ିସିମିଲ ଜମି ଉପରେ ସ୍କୁଲ ନିର୍ମାଣ ହୋଇଛି ।  ନିଜ ଜମି ଫେରି ପାଇବା ପାଇଁ ଏହି ପରିବାର ଦୀର୍ଘ ୧୧ ବର୍ଷ ହେଲା  ଜିଲ୍ଲା ପ୍ରଶାସନ, ଶିକ୍ଷା ବିଭାଗ, ତହସିଲ କାର୍ଯ୍ୟାଳୟ ଧାଇଁ ଧାଇଁ ନୟାନ୍ତ ହେଲେଣି । ହେଲେ ଏନେଇ ବିଭାଗୀୟ ଅଧିକାରୀ ମାନେ କୌଣସି କର୍ଣ୍ଣପାତ କରୁନାହାନ୍ତି । ତେଣୁ ଜମି ମାଲିକ ବାଧ୍ୟ ହୋଇ ତାଲା ଦେଇଥିବା କହିଛନ୍ତି । ଛାତ୍ରଛାତ୍ରୀ ଗଛମୂଳେ ପାଠ ପଢୁଛନ୍ତି ଅଥଚ ଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଉ ନାହାନ୍ତି । ସବୁ ଜାଣି ଚୁପ ବସିଛନ୍ତି । କେବେ ଛାତ୍ରଛାତ୍ରୀ ସ୍କୁଲ କୁ ଯିବେ, କେବେ ମଧ୍ୟାହ୍ନ ଭୋଜନ ସ୍କୁଲ ରେ ରନ୍ଧା ହେବ ତାହା ଏବେ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lunch is being cooked in the open sky | Argus News