Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସପ୍ତମାତୃକା ବେଶର ଦ୍ୱିତୀୟ ଦିନରେ ମା ଭଦ୍ରକାଳୀଙ୍କ "ମହାକାଳୀ" ବେଶ

Arpita Mohanty
Browse all articles by Arpita Mohanty
·2 years ago·2 min read
ସପ୍ତମାତୃକା ବେଶର ଦ୍ୱିତୀୟ ଦିନରେ ମା ଭଦ୍ରକାଳୀଙ୍କ "ମହାକାଳୀ" ବେଶ

ଅର୍ଗସ ବ୍ୟୁରୋ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ହେଉଛନ୍ତି ସର୍ବଶକ୍ତିର ଆଧାର ଓ ଆଦ୍ୟାଶକ୍ତି। ମା’ ଭଦ୍ରକାଳୀଙ୍କ ପୀଠରେ ସପ୍ତମାତୃକା ବେଶର ଆଜି ଦ୍ୱିତୀୟ ଦିନରେ ମା ଭଦ୍ରକାଳୀ "ମହାକାଳୀ" ବେଶରେ ଦର୍ଶନ ଦେଉଛନ୍ତି। ବର୍ଷକରେ ଗୋଟିଏ ଦିନ ମା ଭଦ୍ରକାଳୀ ଉଗ୍ରରୂପ ଧାରଣ କରିଥାନ୍ତି। ଅନ୍ୟ ସମସ୍ତ ଦିନରେ ମା ଭଦ୍ରକାଳୀ ଶାନ୍ତ ରୂପରେ ଦର୍ଶନ ଦିଅନ୍ତି। ମା ଭଦ୍ରକାଳୀ ଆଜି ମହାକାଳୀ ବେଶରେ ଗଳାରେ ନରମୁଣ୍ଡ ମାଳୀ, ହାତରେ ଖଡ଼ଗ ସହ ନୀଳ ବର୍ଣ୍ଣ ରୂପେ ଦର୍ଶନ ଦେଉଛନ୍ତି ଭକ୍ତ ମାନଙ୍କୁ। ଏହି ସପ୍ତମାତୃକା ବେଶରେ ମା ଭଦ୍ରକାଳୀ ଆଜି ଗୋଟିଏ ଦିନରେ ଉଗ୍ରରୂପ ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି। ମା ଏହି ରୂପ ଧାରଣ କରି ସଂସାରରୁ ପାପି ମାନଙ୍କର ବିନାଶ କରିବା,ଅନ୍ୟାୟ କବଳରୁ ରକ୍ଷା କରିବା, ଦୁଷ୍କର୍ମୀ ମାନଙ୍କୁ ଦଣ୍ଡ ଦେବା ସହ ଭକ୍ତ ମାନଙ୍କୁ ସୁରକ୍ଷା ଦେଇଥାନ୍ତି। ମା ଙ୍କର ଏହି ବେଶର ଦର୍ଶନ କଲେ ଭକ୍ତ ମାନଙ୍କ ଭିତରେ ଥିବା ଦୁଶ୍ଚିନ୍ତା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଏହି ପୀଠରେ ସପ୍ତଚଣ୍ଡୀ ପାଠ ସହ ମହାଯଂଜ୍ଞ ଅନୁଷ୍ଠିତ ହେଉଛି। ଜିଲ୍ଲା ତଥା ଜିଲ୍ଲା ବାହାରୁ ଏଠାରେ ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳିଛି।

ଅନ୍ୟପଟେ କାଳୀପୂଜାର ମାହୋଲ ଦେଖିବାକୁ ମିଳେ ଚରମ୍ପା ଅଞ୍ଚଳରେ। ଚଳିତ ବର୍ଷ ୨ ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା ଶ୍ୟାମକାଳୀ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗତକାଲି ମଧ୍ୟରାତ୍ରୀରୁ ମା ଙ୍କର ପୂଜାର୍ଚ୍ଚନା କରାଯାଇଛି। ବିଭିନ୍ନ ମୀନା ବଜାର ସାଙ୍ଗକୁ ପୌରାଣିକ କଥା, ବାହାନଗା ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାକୁ ବରୁଆଳି କମିଟି ମେମ୍ବର ପକ୍ଷରୁ କରାଯାଇଛି। ଯାହାକି ଖୁବ୍ ଆକର୍ଷଣୀୟ ହୋଇଛି। ସମ୍ପୂର୍ଣ୍ଣ ମଣ୍ଡପ ଗୁଡିକୁ ଆଲୋକ ମାଳାରେ ସୁସଜିତ କରାଯାଇଛି। ଯାହାକୁ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ମାନେ ବିଭିନ୍ନ ପୂଜା ମଣ୍ଡପରେ ମା ଙ୍କୁ ଦର୍ଶନ କରିବା ସହ ବିଭିନ୍ନ ଦୋଳି, ଯାତ୍ରା ଓ ମୀନା ବଜାର ବୁଲି ମଜା ନେଉଛନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maa Bhadrakali | Argus News