Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜୟଦୁର୍ଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା' ଭଟ୍ଟାରିକା

Odisha

ଜୟଦୁର୍ଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା' ଭଟ୍ଟାରିକା

Smruti Parija
Browse all articles by Smruti Parija
·1 year ago
ଜୟଦୁର୍ଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା' ଭଟ୍ଟାରିକା

କଟକ: ପାର୍ବଣରେ ଚାଲିଛି ତ୍ରିପୁରା ସୁନ୍ଦରୀ ମାଆ ଭଟ୍ଟାରିକାଙ୍କର ଷୋଳପୂଜା। ମୁଳାଷ୍ଟମୀଠାରୁ ମହାନବମୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସ୍ଵତନ୍ତ୍ର ପୂଜା ସମସ୍ତ ରୀତିନୀତି ଅନୁସାରେ ଚାଲିଛି। ପ୍ରତିଦିନ ମା'ଙ୍କର ସୁନାବେଶ ହେବା ସହିତ ମାଛ ଭୋଗ ହେଇଥାଏ। ମା'ଙ୍କ ପାଖରେ ମାନସିକ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି। 

ବଡ଼ମ୍ବା ଗଡ଼ଜାତର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ଆଜି ଜୟଦୁର୍ଗା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ପରମ ବୈଷ୍ଣବୀ ତ୍ରିପୁରା ସୁନ୍ଦରୀ ମା' ଭଟ୍ଟାରିକା। ଧାର୍ମିକ ବିଶ୍ବାସ ରହିଛି ତ୍ରେତୟା ଯୁଗରେ ମହାବୀର ପର୍ଶୁରାମଙ୍କ ଦ୍ଵାରା ସ୍ଥାପିତ ମା ଭଟ୍ଟାରିକାଙ୍କର ଷୋଳପୂଜା ସମୟରେ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ ହେଉଥିବା ସ୍ବତନ୍ତ୍ର ପୂଜା ପାଇଁ ଓ ମା'ଙ୍କ ଉପରେ ଥିବା ଅଖଣ୍ଡ ବିଶ୍ବାସ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିଥାଏ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maa Bhattarika is giving darshan to the devotees in Jayadurga Besh | Argus News