Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠୁ ଶ୍ରୀମନ୍ଦିରରେ ମା' ବିମଳାଙ୍କ  ଷୋଡଶ ଦିନାତ୍ମକ ପୂଜା

Smruti Parija
Browse all articles by Smruti Parija
·1 year ago·1 min read
ଆଜିଠୁ ଶ୍ରୀମନ୍ଦିରରେ ମା' ବିମଳାଙ୍କ  ଷୋଡଶ ଦିନାତ୍ମକ ପୂଜା

ପୁରୀ: ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା' ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା । ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ୨୩ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କୁ ବରଣ କରାଯିବ ।  ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରିବେ । ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଏହି ଗୁଆ ନଡ଼ିଆ ବ୍ରାହ୍ମଣ ମାନଙ୍କୁ ଦେଇ ବରଣ କରିଵେ।  

ମା' ବିମଳାଙ୍କ ପୀଠ ନିମନ୍ତେ ପୂଜକ, ଜଣେ ପରୀଚ୍ଛା, ଚଣ୍ଡୀପାଠ, ମନ୍ତ୍ରଯାପକ, ସହସ୍ରନାମ ପାଠକଙ୍କୁ ବରଣ କରାଯିବ ।  ଏଥିସହ ଶ୍ରୀମନ୍ଦିର ଭିତର ବେଢା ପରିସରରେ ମା ଭୁବନେଶ୍ୱରୀ,ମା ବାଟମଙ୍ଗଳା,ଓ ମା ଉତ୍ତରାୟଣୀ ପୀଠ ଲାଗି ପୂଜକ ଏବଂ ଚଣ୍ଡୀପାଠକ ବରଣ ହେଵେ। ଶ୍ରୀକ୍ଷେତ୍ର ମଧ୍ୟରେ ଥିବା ବିଭିନ୍ନ ଶକ୍ତୀପୀଠ ଯଥା ଦକ୍ଷିଣକାଳୀ, ଆଲମଚଣ୍ଡୀ ଓ କପିଳେଷ୍ୱର ଶାସନର ପଞ୍ଚମୁଖୀ ଠାକୁରାଣୀଙ୍କ ପୀଠରେ ଷୋଳପୂଜା ପାଇଁ ପୂଜକ,ଚଣ୍ଡୀପାଠକ ମାନଙ୍କୁ ମଧ୍ୟ ଆଜି ବରଣ କରାଯିବାର ପରମ୍ପରା ରହିଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maa Bimal's 16th day worship-starts from today-at puri temple | Argus News