Charchika Navratri Puja / ଜଗତ ଜନନୀ ମା ଚର୍ଚ୍ଚିକାଙ୍କ ପୀଠରେ ନବରାତ୍ର ପୂଜା

Key Points
ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ଚାଲିଛି ମାଙ୍କ ପୂଜା ଅର୍ଚ୍ଚନା
୮ଟି ଶକ୍ତି ପୀଠମାନଙ୍କ ମଧ୍ୟରୁ ବାଙ୍କୀସ୍ଥିତ ମା ଚର୍ଚ୍ଚିକାଙ୍କ ପୀଠ ଅନ୍ୟତମ
ନଅ ଦିନ ମା ଚର୍ଚ୍ଚିକା ଭକ୍ତ ମାନଙ୍କୁ ଦୈନିକ ବିଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି
ମା’ଙ୍କ ନିକଟରେ ଆମିଷ ଭୋଗ ଲାଗିଥାଏ
ଭୁବନେଶ୍ଵର: ଏବେ ଚାଲିଛି ମା ଦୁର୍ଗାଙ୍କର ନବଦିନାତ୍ମକ ପୂଜା । ଜଗତ ଜନନୀ ମା ଚର୍ଚ୍ଚିକାଙ୍କ ପୀଠରେ ନବରାତ୍ର ପୂଜା ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ଚାଲିଛି ମାଙ୍କ ପୂଜା ଅର୍ଚ୍ଚନା । ସେଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବାଙ୍କୀସ୍ଥିତ ମା ଚର୍ଚ୍ଚିକାଙ୍କ ଶକ୍ତି ପୀଠ । ସମସ୍ତ ଶକ୍ତି ପୀଠ ଠାରୁ ଓଡ଼ିଶାର ଅନ୍ୟତମ ଶକ୍ତି ପୀଠ ବାଙ୍କୀ ସ୍ଥିତ ମା ଚର୍ଚ୍ଚିକାଙ୍କ ପୀଠ । ଏଠାରେ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାରରେ ପୂଜା ହୋଇଥାଏ।
ନବ ରାତ୍ର ପୂଜା ପାଇଁ ଭୋର୍ ଚାରିଟାରେ ମା ଚର୍ଚ୍ଚିକାଙ୍କର ପହଡ଼ ଖୋଲାଯାଇଥିଲା । ପରେ ମଙ୍ଗଳା ଆଳତୀ ସରିବା ପରେ, ମହାନଦୀରୁ ଶହେ ଆଠ ଗରାରେ ଜଳରେ ମା ଙ୍କୁ ସ୍ନାନ କରାଯାଇଥିଲା । ପ୍ରଥମେ ସୂର୍ଯ୍ୟ ପୂଜା ଏବଂ କଳସ ପୂଜା ଶେଷ ହେବାପରେ ଶେଷରେ ଦ୍ଵାରପାଳଙ୍କୁ ପୂଜା କରାଯାଇ ବଲ୍ଲଭ ଭୋଗ କରାଯାଇଥିଲା । ଏହି ନଅ ଦିନ ମା ଚର୍ଚ୍ଚିକା ଭକ୍ତ ମାନଙ୍କୁ ଦୈନିକ ବିଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି । ମାଆଙ୍କର ଏହି ଦୁର୍ଲ୍ଲଭ ବେଶ ଦେଖିବା ପାଇଁ ବହୁ ଦୂର ଦୁରାନ୍ତରରୁ ଛୁଟି ଆସନ୍ତି ଶ୍ରଦ୍ଧାଳୁ । ନବରାତ୍ରୀ ପୂଜା ପାଇଁ ଦେବୀପୀଠମାନଙ୍କରେ ଅନେକ ଭିଡ ଦେଖିବାକୁ ମିଳିଥାଏ ।
📱 Get Argus News App
✨ଅଧିକ ପଢନ୍ତୁ: ଫିକା ପଡ଼ିବ ପାର୍ବଣ, ଭିଜିବ ସାରା ଓଡ଼ିଶା
ଓଡିଶାର ୮ଟି ଶକ୍ତି ପୀଠମାନଙ୍କ ମଧ୍ୟରୁ ବାଙ୍କୀସ୍ଥିତ ମା ଚର୍ଚ୍ଚିକାଙ୍କ ପୀଠ ଅନ୍ୟତମ । ଏ ପୀଠ ଶକ୍ତିପୀଠ ରୂପେ ସାରା ସଂସାରରେ ଖ୍ୟାତି ଅର୍ଜନ କରିଛି। ଏହି ପୀଠ ଚାମୁଣ୍ଡା ପୀଠ ରୂପେ ମଧ୍ୟ ପରିଚିତ। ପୁରାଣ ମତ ଅନୁସାରେ ଏଠାରେ ମହାବୀର ପର୍ଶୁରାମ କଠୋର ତପସ୍ୟା କରିଥିଲେ । ଦଶହରାରେ ଏହି ପୀଠରେ ଷୋଡ଼ଶ ଉପଚାରରେ ମା’ଙ୍କର ପୂଜା କରାଯାଇଥାଏ। ମା’ଙ୍କ ନିକଟରେ ଆମିଷ ଭୋଗ ଲାଗିଥାଏ ।
ଶାସ୍ତ୍ରାନୁସାରେ ମାଆ ପ୍ରଥମେ ଘଟ ରୂପରେ ଚାଚେରୀ ଭୋଗ ପାଉଥିବାରୁ ତାଙ୍କର ନାମ ଚର୍ଚ୍ଚିକା ହୋଇଅଛି ।
Related Topics
Explore more stories