Videos
|
Odisha

କୋଟପାଡ଼ର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା' ଦୁର୍ଗା

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୋଟପାଡ଼ର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା' ଦୁର୍ଗା

ଅର୍ଗସ ବ୍ୟୁରୋ:  କୋଟପାଡ଼ରେ ବେଶ ଧୁମଧାମରେ ଓ ନିଆରା ଢଙ୍ଗରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା । ସପ୍ତମୀଠାରୁ କୋଟପାଡ଼ର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା' ଦୁର୍ଗା । କୋଟପାଡ଼ ବାହାରଗଡ଼ ସାହି, ମହାନ୍ତି ସାହି, ଦୁଲପୁରସାହି, କେନ୍ଦୁଗୁଡା ଭଳି ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ମା ଦୁର୍ଗା । ସୁସଜ୍ଜିତ ଆଲୋକ ଓ ତୋରଣରେ ଶୋଭା ପାଉଛି ମଣ୍ଡପଗୁଡିକ । ରାଜା ରାଜୁତି ସମୟରୁ ପାରମ୍ପରିକ ଵିଧି ଅନୁସାରେ ଆଡମ୍ବରରେ ପାଳିତ ହୋଇଆସୁଛି କୋଟପାଡ଼ର ଅଧିଷ୍ଠାତ୍ରୀ ଦେଵୀ ମା' ମାଉଲିଙ୍କ ଦଶହରା ପର୍ବ । ଚଳିତ ବର୍ଷ ମା'ଙ୍କ ଅଜ୍ଞାମାଳ ମିଳିବା ପରଠାରୁ ପ୍ରାରମ୍ଭ ହୋଇଛି ମା'ଙ୍କ ଶାରଦୀୟ ଦଶହରା ପାର୍ବଣ ।

ନଅ ଦିନ ଧରି ପାରମ୍ପରିକ ବାଦ୍ୟ ଏବଂ ପଟୁଆର ନାଚ ସହ ଭକ୍ତଙ୍କୁ ସାଥିରେ ନେଇ ମା' ନିଜ ପୀଠ ଛାଡି ନିଜ ଭଉଣୀ ମାଶୀତଳା ଠାକୁରାଣୀଙ୍କ ପୀଠକୁ ଯାଇଥାନ୍ତି । ସେଠାରୁ ମଧ୍ୟରାତ୍ରିରେ ନିଜ ପୀଠକୁ ଅବତରଣ କରିବା ପରେ ପ୍ରାରମ୍ଭ ହୋଇଥାଏ ପୂଜାର୍ଚନା । ମାଉଲି ମା'ଙ୍କ ପିଠ ନବରାତ୍ରିଠାରୁ ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ହୋଇ ଉଠିଥାଏ । ସାରା କୋଟପାଡ଼ ଦିବ୍ୟ ଆଲୋକରେ ଆଲୋକିତ ଓ ମୁଖରିତ ହୋଇ ଉଠିଥାଏ l ବିଭିନ୍ନ ସଂlସ୍କୃତିକ ନୃତ୍ୟ, ଭଜନ, ସଂଗୀତର ଆସର ଜମିଥାଏ ମନ୍ଦିର ବେଢା ନିକଟରେ l

ମା' ମାଉଲି ଛତିଶଗଡ଼ ସହରରେ ଆବିର୍ଭୁତ ହୋଇଥିଲେ କିନ୍ତୁ ମା' ମାଉଲି ବର୍ତ୍ତମାନ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟରେ ପୂଜା ପାଇଆସୁଛନ୍ତି । ଏଠାରେ ଦୂର ଦୁରାନ୍ତରରୁ ଆସୁଥିବା ଭକ୍ତଙ୍କ ସମାଗମ ହୋଇଥାଏ । ଭକ୍ତଙ୍କ ମନବାଞ୍ଛା ମଧ୍ୟ ପୂରଣ କରିଥାନ୍ତି କରୁଣାମୟୀ ମାଉଲି ମା' l ଭକ୍ତଙ୍କ ମଧ୍ୟରେ ବିଶ୍ବାସ ରହିଛି ମା'ଙ୍କ ପାଖକୁ ଆସି ଯିଏ ବି ଯାହା ବି କୃପା ଭିକ୍ଷା କରିଛି ତାହାର ମନସ୍କାମନା ନିଶ୍ଚୟ ପୂରଣ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
maa Durga is being worshiped in various puja mandaps of Kotpad | Argus News