ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା'ଦୁର୍ଗା, ଆଜି ପୀଠେ ଅଷ୍ଟମୀ
·1 year ago

ଅର୍ଗସ ବ୍ୟୁରୋ: ଶାରଦୀୟ ନବରାତ୍ରୀ ପାଇଁ ଜଗତ ଜନନୀ ମା’ ଦୁର୍ଗା ଧରାପୃଷ୍ଠକୁ ଅବତରଣ କରିଛନ୍ତି । ଚାରିଆଡ଼େ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି । ପୀଠରେ ଆଜି ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଚାଲିଥିବାବେଳେ ବିଭିନ୍ନ ପୂଜାମଣ୍ଡପରେ ମାଙ୍କ ସପ୍ତମୀ ପୂଜା ଜାରି ରହିଛି । ଓଡ଼ିଶାର ପ୍ରସିଦ୍ଧ ଦେବୀ ପୀଠ ଓ ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଛି । ମା’ଙ୍କ ମନ୍ଦିରରେ ସ୍ବତନ୍ତ୍ର ରୀତିନୀତିରେ ପୂଜା ହେଉଛି। ପୂଜା ମଣ୍ଡପ ଗୁଡ଼ିକରେ ମଧ୍ୟ ସ୍ବତନ୍ତ୍ର ପୂଜାର ଆୟୋଜନ ହୋଇଛି । ଭୁବନେଶ୍ବରର ବିଭିନ୍ନ ସହରର ପୂଜାମଣ୍ଡପରେ ବି ମାଙ୍କର ପୂଜାର୍ଚ୍ଚନା ଚାଲିଛି । ରାଜଧାନୀରେ ପ୍ରତିଯୋଗିତାମୂଳକ ମେଢ଼ ନିର୍ମାଣ ହୋଇଛି। ପୂଜା ମଣ୍ଡପରେ ମା’ଙ୍କ ପୂଜା ସହିତ ମୀନାବଜାର, ଖାଦ୍ୟ ଷ୍ଟଲ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ମୁଖ୍ୟ ରାସ୍ତାକଡ଼ରେ ଆୟୋଜନ ହୋଥିବା ଦୁର୍ଗାପୂଜାର ମେଢ଼ ଦେଖି ଲୋକେ ଅଟକି ଯାଉଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: