Videos
|
Odisha

ମା' କୋଟ୍ରାକ୍ଷୀଙ୍କ ପ୍ରତିମା ଦେଖି ଭାବବିହ୍ୱଳ ଲୋକେ

Smruti Parija
Browse all articles by Smruti Parija
·2 years ago·1 min read
ମା' କୋଟ୍ରାକ୍ଷୀଙ୍କ ପ୍ରତିମା ଦେଖି ଭାବବିହ୍ୱଳ ଲୋକେ

ଯାଜପୁର: ପୁନଃପ୍ରତିଷ୍ଠା ହେବ ମା' କୋଟ୍ରାକ୍ଷୀଙ୍କ ଚୋରି ହୋଇଥିବା ପ୍ରତିମା । ଭୁବନେଶ୍ବର ବିମାନବନ୍ଦରରୁ ଯାଜପୁର ବଡ଼ଚଣା ଥାନାରେ ପହଞ୍ଚିଲା ମା' କୋଟ୍ରାକ୍ଷୀଙ୍କ ପ୍ରତିମା । ମାଆଙ୍କ ପ୍ରତିମୂର୍ତ୍ତି ପହଞ୍ଚିବା ପରେ ଶଙ୍ଖ, ହୁଳହୁଳିରେ ମା'ଙ୍କ ସ୍ବାଗତ କରାଯାଇଥିଲା । ଭାବବିହ୍ବଳ ହୋଇପଡ଼ିଥିଲେ ସ୍ଥାନୀୟ ଲୋକେ । ବଡ଼ଚଣା ଥାନାରୁ ମା'ଙ୍କ ପ୍ରତିମା ଦର୍ପଣଗଡ଼ଙ୍କୁ ଯିବ । ସେଠାରେ ମୂର୍ତ୍ତି ପ୍ରତିଷ୍ଠା କରାଯିବ । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଓଡ଼ିଶା ପ୍ରଶାସନକୁ ମୂର୍ତ୍ତି ହସ୍ତାନ୍ତର କରିଥିଲା କଷ୍ଟମ ବିଭାଗ । 

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ମୂର୍ତ୍ତି ହସ୍ତାନ୍ତର କଲା କଷ୍ଟମ ବିଭାଗ

ହଂକଂକୁ ଚୋରାଚାଲାଣ ବେଳେ ଦିଲ୍ଲୀ ବିମାନବନ୍ଦରରେ ଧରାପଡ଼ିଥିଲା ମୂର୍ତ୍ତିଟି । ଦୁର୍ଲ୍ଳଭ ପ୍ରତିମା ଫେରାଇବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମା' କୋଟ୍ରାକ୍ଷୀ ସ୍ଥାନୀୟ ଲୋକଙ୍କ ଆସ୍ଥା, ଐତିହ୍ୟ ଏବଂ ବିଶ୍ବାସର କେନ୍ଦ୍ର । ମା'ଙ୍କର ଏହି ଦୁର୍ଲ୍ଳଭ ଅଷ୍ଟଧାତୁ ମୂର୍ତ୍ତିଟି  ୨୦୨୧ ଜାନୁଆରୀରେ ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିଲା ଏବଂ ତା’ ପରଦିନ ସକାଳେ ବଡଚଣା ଥାନାରେ ଏଥିନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୂର୍ତ୍ତି ଉଦ୍ଧାର ପାଇଁ ଅନେକ ଦାବି ଓ ଆନ୍ଦୋଳନ ସତ୍ତ୍ବେ ପୋଲିସ ବିଫଳ ହେବାରୁ ଘଟଣାର 7 ମାସ ପରେ ଗାଁ ଲୋକେ ମା'ଙ୍କର ଆଉ ଏକ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରିଥିଲେ । ଏବେ ନିଜ ଇଷ୍ଟ ଦେବୀଙ୍କମୂର୍ତ୍ତି ଫେରିପାଇବା ପରେ ଖୁସିରେ ବିଭୋର ଗ୍ରାମବାସୀ । ମୂର୍ତ୍ତି ହସ୍ତାନ୍ତରେ ବେଳେ ଏଏସଆଇ ଅଧିକାରୀଙ୍କ ସହ ଦର୍ପଣଗଡ ଲୋକେ ବି ଉପସ୍ଥିତ ଥିଲେ ।

ମୂର୍ତ୍ତି ଫେରୁଥିବାରୁ ଦର୍ପଣଗଡବାସୀଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ
 

maa-kotrakshi-statue-reached-odisha | Argus News