Majhighariani Temple Hundi Opened / ଖୋଲିଲା ମଝିଘରିଆଣୀଙ୍କ ହୁଣ୍ଡି,ପୂର୍ବ ଥର ମିଳିଥିଲା ଏକ କୋଟିରୁ ଅଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର
·2 months ago·2 min read

Key Points
ଖୋଲିଲା ମଝି ଘରିଆଣିଙ୍କ ହୁଣ୍ଡି
ରାୟଗଡ଼ାର ଅଧିଷ୍ଠାତ୍ରୀଦେବୀ ମା’ ମଝିଘରିଆଣୀ
ମନ୍ଦିରର ୯ଟି ଦାନ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ
ଗଣତି କାର୍ଯ୍ୟରେ ପ୍ରାୟ ୨୫୦ ଜଣ ମହିଳା ଓ ପୁରୁଷ ସ୍ବେଚ୍ଛାସେବୀ

ରାୟଗଡ଼ା,୨୯/୦୬: ଖୋଲିଲା ରାୟଗଡ଼ାର ଅଧିଷ୍ଠାତ୍ରୀଦେବୀ ମା’ ମଝିଘରିଆଣୀଙ୍କ ହୁଣ୍ଡି। ୫ ମାସ ପରେ ମନ୍ଦିରର ୯ଟି ଦାନ ହୁଣ୍ଡି ଖେଲାଯାଇ ଆରମ୍ଭ ହେଲା ଗଣତି। ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ପୁଲିସ ର କଡ଼ା ସୁରକ୍ଷାରେ ହୁଣ୍ଡି ଟଙ୍କା ଗଣୁଛନ୍ତି ମନ୍ଦିର କର୍ତ୍ତୃପକ୍ଷ। ଗଣତିରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସହଯୋଗ କରୁଥିବା ବେଳେ ଗଣତି ଶେଷ ହେବା ପରେ ସମସ୍ତ ଅର୍ଥକୁ ଉକ୍ତ ବ୍ୟାଙ୍କରେ ପୈଠ କରାଯିବ । ଆଜିର ଗଣତି କାର୍ଯ୍ୟରେ ପ୍ରାୟ ୨୫୦ ଜଣ ମହିଳା ଓ ପୁରୁଷ ସ୍ବେଚ୍ଛାସେବୀ ଭାଗ ନେଇଥିଲେ।
ସୂଚନା ଅନୁଯାୟୀ, ସୋମବାର ଦିନ ଖୋଲିଛି ମା’ ମଝିଘରିଆଣି ମନ୍ଦିରର ଦାନ ହୁଣ୍ଡି । ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ପୋଲିସର କଡ଼ା ସୁରକ୍ଷାରେ ଚାଲିଛି ଗଣତି । ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡିରୁ ସକାଳ ୧୦ଟା ୩୦ରୁ ଗଣତି ଆରମ୍ଭ ହୋଇଛି । ଏହି ଗଣତି କାମରେ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି । ଏହି ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରନ୍ତି ବୋଲି କହିଛନ୍ତି ମହିଳା ସଂଘର ସଦସ୍ୟମାନେ।
ପଢନ୍ତୁ ଏହି ଖବର: ମହାବାହୁଙ୍କୁ ସ୍ନାନବେଦୀରେ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଗତ ୫ ମାସ ପୂର୍ବେ ଦାନ ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିରୁ ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା, ୨ କେଜି ୧୫୦ ଗ୍ରାମ ରୁପା ଓ ୩୦ ଗ୍ରାମ ସୁନା ବାହାରିବା ସହ ୨୩ଟି ବିଦେଶୀ ଓ ଅଚଳ ନୋଟ୍ ବାହାରିଥିଲା । ସଂଗ୍ରହ ସମସ୍ତ ଅର୍ଥ ଓ ସୁନା-ରୁପା ମନ୍ଦିର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ବତନ୍ତ୍ର ବସ୍ରେ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା ` ଦାନ ହୁଣ୍ଡିରୁ ବାହାରି ଥିବା ଅର୍ଥ ମନ୍ଦିରର ଉନ୍ନତି, ପରିଚାଳନା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ କରାଯାଇଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିମ୍ବଦନ୍ତୀ
ଏକ କିମ୍ବଦନ୍ତୀ ଅନୁସାରେ ରାଜାରାଜୁଡା ଅମଲରୁ ଏଠାରେ ମା ମଝିଘରିଆଣୀ ପୂଜା ପାଉଥିଲେ ହେଁ ରାଜାଙ୍କ ଅନ୍ତେ ସମୟର ସ୍ରୋତରେ ଏହା ଧ୍ୱଂସ ହେବାକୁ ଲାଗିଲା । ଇଂରେଜମାନେ ବ୍ୟାବସାୟୀକ ଉଦ୍ଦେଶ୍ୟରେ ଏହି ମନ୍ଦିର ନିକଟବର୍ତ୍ତୀ ରାସ୍ତା ଦେଇ ବିଜୟନଗରଠାରୁ ରାୟପୁର ପର୍ଯ୍ୟନ୍ତ ସଂଯୋଗୀକରଣ ନିମନ୍ତେ ରେଲପଥ ନିର୍ମାଣ କରିବାକୁ ଚାହିଁଲେ । ୧୯୩୦ ମସିହାରେ ରେଲପଥ କାର୍ଯ୍ୟ ଆରମ୍ଭ ହେଲା । ମନ୍ଦିର ନିକଟରେ ଏକ ପୋଲ ନିର୍ମାଣ କରିବା ବେଲେ ଦେଖାଗଲା ଯେ ପ୍ରତିଦିନ ପୋଲ କାର୍ଯ୍ୟ ଯେତିକି ହୁଏ, ରାତିରେ ସେତିକି ଭାଙ୍ଗିଯାଏ । ପରିଶେଷରେ ନିର୍ମାଣ ଦାୟୀତ୍ୱରେ ଥିବା ନାଲାରାଜୁ(ଆନ୍ଧରପ୍ରଦେଶର) ଭାବିଲେ ଏଠାରେ ପୋଲ କରିବା ସମ୍ଭବପର ନୁହେଁ, ଅତଏବ ଏହାର ସ୍ଥାନ ପରିବର୍ତ୍ତନ କରିବା ଦରକାର । ହଠାତ୍ ରାତିରେ କଣ୍ଟ୍ରାକ୍ଟରଙ୍କୁ ସ୍ୱପ୍ନାଦେଶ ହେଲା ଯେ, "ଦେଦୀଙ୍କ ପାଇଁ ମନ୍ଦିର ନିର୍ମାଣ କରି ପୂଜାର୍ଚ୍ଚନା କଲେ ସବୁ ଠିକ ହୋଇଯିବ" । ଏହି ସ୍ୱପ୍ନାଦେଶ ଅନୁଯାୟୀ ବରୁଣ ଗଛ ମୂଳରୁ ମା ମଝିଘରିଆଣୀଙ୍କ ବିଗ୍ରହ ଉଦ୍ଧାର କରାଗଲା ଏବଂ ବିଦ୍ଧିବଦ୍ଧ ପୂଜାର୍ଚ୍ଚନା କରାଗଲା । ଏହା ପରେ ଯାଇ ପୋଲ ନିର୍ମାଣ ସମ୍ଭବ ହେଲା । ଏହା ପରେ ସେଠାରେ ଏକ ଅସ୍ଥାୟୀ ମନ୍ଦିର ନିର୍ମାଣ କରି ମା'ଙ୍କ ପୂଜାର୍ଚ୍ଚନା କରାଗଲା

Related Topics
Explore more stories