Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା' ସମଲେଶ୍ବରୀ

Odisha

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା' ସମଲେଶ୍ବରୀ

Smruti Parija
Browse all articles by Smruti Parija
·1 year ago·1 min read
ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା' ସମଲେଶ୍ବରୀ

ସମ୍ବଲପୁର:  ଆଜି ହେଉଛି ପବିତ୍ର ମହାଳୟା ତିଥି । ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ  । ବର୍ଷ ସାରା ସିନ୍ଦୂର ମଣ୍ଡିତା ହୋଇ ପୂଜା ପାଉଥିବା ମାଁ ସମଲେଇ ପବିତ୍ର ମହାଳୟାରେ ଗଙ୍ଗା ବେଶ ଧାରଣ କରିଛନ୍ତି । ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପରେ ମା' ଙ୍କ ଧବଳମୁଖୀ ରୂପ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳେ ବୋଲି ବିଶ୍ବାସ ରହି ଆସିଛି  । 

ଯେଉଁମାନେ ପିଣ୍ଡଦାନ କରିବା ପାଇଁ ଗଙ୍ଗା ଯିବାରେ ଅସମର୍ଥ, ସେମାନେ ଏହି ଦିନରେ ଘରେ ପିଣ୍ଡଦାନ କରି ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାନ୍ତି । ମା' ଏହି ବେଶକୁ ଗଙ୍ଗା ବେଶ ବୋଲି ମଧ୍ୟ କୁହାଯାଇଥାଏ । ମା'ଙ୍କୁ ଦର୍ଶନ ପାଇ ହଜାର ହଜାର ଭକ୍ତ ପାଇଁ ଭୋର ସକାଳୁ ଲମ୍ବାଧାଡିରେ ଛିଡା ହୋଇ ଶୁଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
maa-samaleswari-dhamalamukhi-besha-held-today | Argus News