Madhuri Dixit / ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀ ଦୀକ୍ଷିତ ନେଇଛନ୍ତି କେତେ ଟଙ୍କା ? ଉତ୍ତର ରଖିଲେ ମନ୍ତ୍ରୀ
·4 months ago·2 min read

Key Points
ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, "ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନେନେଙ୍କୁ ୨୦୨୫ରେ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରାଯାଇଛି । ଏଥିପାଇଁ ମାଧୁରୀ ଦୀକ୍ଷିତଙ୍କୁ ରାଜ୍ୟ ରାଜକୋଷରୁ ଦିଆଯାଇଛି ୧ କୋଟି ୬୦ ଲକ୍ଷ ଟଙ୍କା ।"
ଭୁବନେଶ୍ଵର: ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ୨୦୨୫ ବର୍ଷରେ ରାଜ୍ୟ ସରକାର ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀଙ୍କୁ ନିଯୁକ୍ତ କରିଛନ୍ତି । ଜାତୀୟ ହସ୍ତତନ୍ତ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଘୋଷଣା କରିଥିଲେ । ଏବେ ଏହି ପ୍ରସଙ୍ଗ ବିଧାନସଭାରେ ଉଠିଛି ।
ନୟାଗଡ଼ର ବିଜେଡି ବିଧାୟକ ଅରୁଣ ସାହୁ ପଚାରିଛନ୍ତି, "ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର କିଏ ? ଏଥିପାଇଁ ରାଜ୍ୟ ରାଜକୋଷରୁ କେତେ ଅର୍ଥ ଦିଆଯାଉଛି ? ତାଙ୍କୁ କଣ କଣ ସୁବିଧା ଦିଆଯାଉଛି ?" ବୁଧବାର ବିଧାୟକ ଅରୁଣ ସାହୁ ବିଧାନସଭାରେ ଏହି ପ୍ରଶ୍ନ କରିଥିବା ବେଳେ ଉତ୍ତର ରଖିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
ଏଥିସହ ପଢ଼ନ୍ତୁ: ପରିତ୍ୟକ୍ତ ପାଇଖାନାରେ ନବଜାତ; ସାରା ରାତି ଜଗି ରହି ସୁରକ୍ଷା ଦେଲେ କୁକୁର
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, "ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନେନେଙ୍କୁ ୨୦୨୫ରେ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରାଯାଇଛି । ଏଥିପାଇଁ ମାଧୁରୀ ଦୀକ୍ଷିତଙ୍କୁ ରାଜ୍ୟ ରାଜକୋଷରୁ ଦିଆଯାଇଛି ୧ କୋଟି ୬୦ ଲକ୍ଷ ଟଙ୍କା ।"
ମନ୍ତ୍ରୀ ଆହୁରି କହିଛନ୍ତି, "ଏଥିସହ ମାଧୁରୀ ଦୀକ୍ଷିତଙ୍କ ଯିବା ଆସିବା ଫ୍ଲାଇଟ୍ ଟିକେଟ୍, ରହିବା ଏବଂ ଖାଇବା ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଛି । ଓଡ଼ିଶା ହସ୍ତତନ୍ତ୍ର ଚାହିଦାକୁ ଅନ୍ତର୍ଜାତୀୟ ବଜାରରେ ବ୍ୟାପକ କରିବା ପାଇଁ ବିଶ୍ଵସ୍ତରରେ ଖ୍ୟାତି ସମ୍ପର୍ଣ୍ଣ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଓଡ଼଼ିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର୍ ଭାବେ ସରକାର ନିଯୁକ୍ତ କରିଛନ୍ତି ।"
ଏହା ଦ୍ଵାରା ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ କଳା ଓ ସୁନାମ ବିଶ୍ଵର କୋଣ ଅନୁକୋଣରେ ପହଞ୍ଚି ପାରିବ । ଓଡ଼ିଶାର ବୁଣାକାର ମାନଙ୍କର ସାମାଜିକ ଓ ଆର୍ଥିକ ମାନଦଣ୍ଡରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।
ଏଥିସହ ପଢ଼ନ୍ତୁ: ଯେବେ ଜଳିଯାଏ ମୁହଁ ଓ ଶରୀର, ସେବେ... ପ୍ରେରଣା ସାଜନ୍ତି ପ୍ରମୋଦିନୀ
ସରକାରୀ ତଥ୍ୟ ଅନୁସାରେ, ୨୦୧୫ରୁ ୨୦୨୫ ମସିହା ଭିତରେ ୧.୫ ଲକ୍ଷ କୋଟି ମୂଲ୍ୟର ଖଦୀ ଏବଂ ହସ୍ତତନ୍ତ ସାମଗ୍ରୀ ସାରା ଦେଶରେ ବିକ୍ରି ହୋଇଛି । ବିକ୍ରି ୩୧୫ ପ୍ରତିଶତ ବଢ଼ିଥିବା ବେଲେ ଉତ୍ପାଦନ ଗତ ଦଶନ୍ଧି ଭିତରେ ୪୦୦ ପ୍ରତିଶତ ବୃଦ୍ଧି ପାଇଛି ।
୩୦ ଜିଲ୍ଲାରେ ୧.୩ ଲକ୍ଷ ବୁଣାକାର ହସ୍ତତନ୍ତ ଶିଳ୍ପରେ ଜୀବିକା ନିର୍ବାହ କରୁଛନ୍ତି । ଭାରତ ବାହାରେ ବିଦେଶରେ ବି ରହିଛି ଓଡ଼ିଶା ହସ୍ତତନ୍ତର ଚାହିଦା । ଫ୍ରାନ୍ସ, ଜାପାନ, ଆମେରିକା ଓ ସିଙ୍ଗାପୁରରେ ଓଡ଼ିଶା ହସ୍ତତନ୍ତ ସାମଗ୍ରୀ ବିକ୍ରି କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories