|
logo
Live
Argus News App
GET APP

Argus News - ଯେବେ ଜଳିଯାଏ ମୁହଁ ଓ ଶରୀର, ସେବେ... ପ୍ରେରଣା ସାଜନ୍ତି ପ୍ରମୋଦିନୀ

Odisha

Pride of Odisha / ଯେବେ ଜଳିଯାଏ ମୁହଁ ଓ ଶରୀର, ସେବେ... ପ୍ରେରଣା ସାଜନ୍ତି ପ୍ରମୋଦିନୀ

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଯେବେ ଜଳିଯାଏ ମୁହଁ ଓ ଶରୀର, ସେବେ... ପ୍ରେରଣା ସାଜନ୍ତି ପ୍ରମୋଦିନୀ

Key Points

ଓଡ଼ିଶାର ଅନେକ ସଫଳ ଯୋଦ୍ଧାଙ୍କ ମଧ୍ୟରୁ ଅନ୍ୟତମ ପ୍ରମୋଦିନୀ ରାଉଳ । ଯିଏ ନିଜେ ସଂଘର୍ଷର ସାମ୍ନା କରିବା ସତ୍ତ୍ଵେ ସମାଜରେ ପରିବର୍ତ୍ତନ ପାଇଁ, ବେସାହରାଙ୍କ ସେବା ପାଇଁ ଜୀବନକୁ ସମର୍ପି ଦେଇଛନ୍ତି ।
ଭୁବନେଶ୍ଵର: ଅନେକ ଅକୁହା କାହାଣୀ, ଅଚିହ୍ନା ମଣିଷ । ଯେଉଁମାନଙ୍କ ଅବଦାନ ରହିଛି ଆମ ସମାଜ ପାଇଁ, ଲୋକଙ୍କ ଜୀବନକୁ ସରଳ କରି ଭରିଛି ଆନନ୍ଦର ରଙ୍ଗ। ଅର୍ଗସ୍ ନ୍ୟୁଜ୍‌ର 'ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2 ନେଇ ଆସୁଛି ସେଇଭଳି କିଛି 'ସରଳ ମଣିଷର ବିରଳ କାହାଣୀ' ।

ଏଇ ଡିସେମ୍ବର ୬ ତାରିଖରୁ ପ୍ରତି ଶନିବାର ରାତି ୮ଟା ୩୦ ଓ ରବିବାର ଦିନ ସାଢ଼େ ଗୋଟାଏ (ପୁନଃ ପ୍ରସାରଣ)ରେ 'ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2 ଦେଖି ପାରିବେ ଅର୍ଗସ୍ ନ୍ୟୁଜ୍‌ରେ ।

ଓଡ଼ିଶାର ଅନେକ ସଫଳ ଯୋଦ୍ଧାଙ୍କ ମଧ୍ୟରୁ ଅନ୍ୟତମ ପ୍ରମୋଦିନୀ ରାଉଳ । ଯିଏ ନିଜେ ସଂଘର୍ଷର ସାମ୍ନା କରିବା ସତ୍ତ୍ଵେ ସମାଜରେ ପରିବର୍ତ୍ତନ ପାଇଁ, ବେସାହରାଙ୍କ ସେବା ପାଇଁ ଜୀବନକୁ ସମର୍ପି ଦେଇଛନ୍ତି । ପ୍ରମୋଦିନୀ ରାଉଳ ହେଉଛନ୍ତି ଜଣେ ଏସିଡ୍ ଆଟାକ୍ ପୀଡ଼ିତା ।

ଏଥିସହ ପଢ଼ନ୍ତୁ: 'ସରଳ ମଣିଷର ବିରଳ କାହାଣୀ'; ଖୁବଶୀଘ୍ର ଆସୁଛି ପ୍ରାଇଡ୍‌ ଅଫ୍ ଓଡ଼ିଶା-୨

ଆମ ଦେଶରେ ପ୍ରତିବର୍ଷ ପ୍ରାୟ ୩ ଶହରୁ ଅଧିକ ଲୋକଙ୍କ ଉପରେ ଏସିଡ୍ ଆକ୍ରମଣ ହୋଇଥାଏ । ଆଉ ଆକ୍ରମଣର ଶିକାର ଅଧିକାଂଶ ହେଉଛନ୍ତି ମହିଳା କିମ୍ବା ଯୁବତୀ । ସେହିଭଳି ଜଣେ ଏସିଡ୍ ଆଟାକ୍ ପୀଡ଼ିତା ହେଉଛନ୍ତି ପ୍ରମୋଦିନୀ ରାଉଳ । 'ପ୍ରାଇଡ୍‌ ଅଫ୍ ଓଡ଼ିଶା' ସିଜିନ-2ର ପ୍ରଥମ ଅଧ୍ୟାୟରେ ଦେଖିବା ପ୍ରମୋଦିନୀ ରାଉଳଙ୍କ କାହାଣୀ ।

୨୦୦୯ ଏପ୍ରିଲ୍ ୧୮ ତାରିଖ, ପ୍ରମୋଦିନୀ ରାଉଳଙ୍କ ଉପରେ ହୁଏ ଏସିଡ୍ ଆଟାକ୍ । ସେତେବେଳେ ପ୍ରମୋଦିନୀଙ୍କୁ ମାତ୍ର ୧୬ ବର୍ଷ । କଲେଜରୁ ସାଇକେଲରେ ଫେରୁଥାନ୍ତି ପ୍ରମୋଦିନୀ । ସେହି ସମୟରେ ବାଇକ୍‌ରେ ଆସି ପ୍ରମୋଦିନୀଙ୍କ ଉପରକୁ ଏସିଡ୍ ଫିଙ୍ଗି ଦିଅନ୍ତି ସନ୍ତୋଷ ବେଦାନ୍ତ । ଆଉ ସେହି କ୍ଷଣକରେ ବଦଳିଯାଏ ପ୍ରମୋଦିନୀଙ୍କ ଜୀବନ ।

ଏକତରଫା ପ୍ରେମ, ବିବାହ ପ୍ରସ୍ତାବ ଅଗ୍ରାହ୍ୟ ପାଇଁ ଜଳିଯାଏ ପ୍ରମୋଦିନୀଙ୍କ ମୁହଁ ଓ ଶରୀର, ମୁହୂର୍ତ୍ତକରେ ଭାଙ୍ଗି ଯାଏ ସବୁ ସ୍ଵପ୍ନ । କିନ୍ତୁ ଅଟଳ ପ୍ରମୋଦିନୀ ଏସିଡ୍ ଆକ୍ରମଣରେ ଭାଙ୍ଗି ପଡ଼ନ୍ତିନି । ସାହାସ ଓ ଶକ୍ତିର ସହ ପୁଣି ଛିଡ଼ା ହୁଅନ୍ତି, ତାଙ୍କୁ ନ୍ୟାୟ ପାଇଁ ଲଢ଼େଇ କରନ୍ତି ।

ଏଥିସହ ପଢ଼ନ୍ତୁ: ମହଙ୍ଗା ପଡ଼ିଲା 'ଗୁଳି କରିଦେବି' ମନ୍ତବ୍ୟ; ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା

ପ୍ରମୋଦିନୀଙ୍କ ଲଢ଼େଇ ଫଳରେ ଆକ୍ରମଣର ୩ ବର୍ଷ ପରେ ପୋଲିସ ବନ୍ଦ କରି ଦେଇଥିବା ମାମଲା ୨୦୧୭ରେ ପୁଣି ଖୋଲେ । ଦୋଷୀ ଗିରଫ ହେବା ସହ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ ବି ହୁଏ । ଏବେ ପ୍ରମୋଦିନୀ ଏକ ସ୍ଵେଚ୍ଛାସେବୀ ସଂଗଠନ (NGO)ରେ କାମ କରୁଥିବା ବେଳେ ମିଳୁଥିବା ପାରିଶ୍ରମିକର ସିଂହଭାଗ ଚିକିତ୍ସାରେ ଚାଲି ଯାଉଛି ।

ବ୍ୟୟବହୁଳ ଚିକିତ୍ସା ସତ୍ତ୍ଵେ ଭାଙ୍ଗି ପଡ଼ିନାହାନ୍ତି ପ୍ରମୋଦିନୀ । ସେ କାମ କରୁଥିବା ସ୍ଵେଚ୍ଛାସେବୀ ସଂଗଠନ ତାଙ୍କ ଭଳି ପୀଡ଼ିତାଙ୍କ କାଉନସେଲିଂ କରୁଛି । ପ୍ରମୋଦିନୀ ନିକଟରେ ବିବାହ କରିଥିବା ବେଳେ ତାଙ୍କର ୯ ମାସର ପୁଅ ରହିଛି । ଏବେ ସୁଦ୍ଧା ପ୍ରମୋଦିନୀ ଓଡ଼ିଶାରେ ୧୬ ଜଣ ଏସିଡ୍ ଆଟାକ୍ ପୀଡ଼ିତାଙ୍କ କାଉନସେଲିଂ କରିଛନ୍ତି । ସେଥିମଧ୍ୟରୁ ଏକାଧିକ ଚାକିରି କରିଥିବା ବେଳେ ଅନ୍ୟମାନେ ନିଜସ୍ଵ ରୋଜଗାରର ବାଟ ଆପଣାଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pride of Odisha: ଯେବେ ଜଳିଯାଏ ମୁହଁ ଓ ଶରୀର, ସେବେ... ପ୍ରେରଣା ସାଜନ୍ତି ପ୍ରମୋଦିନୀ | Argus News