Videos
|
Odisha

ବିଶିଷ୍ଠ କାଠ କଣ୍ଢେଇ ନୃତ୍ୟ ଗୁରୁ ମାଗୁଣି କୁଅଁର ଗୁରୁତର

Banajyotshna Ray
Browse all articles by Banajyotshna Ray
·2 years ago
ବିଶିଷ୍ଠ କାଠ କଣ୍ଢେଇ ନୃତ୍ୟ ଗୁରୁ ମାଗୁଣି କୁଅଁର ଗୁରୁତର

ଅର୍ଗସ ବ୍ୟୁରୋ:  ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର । ବିଶିଷ୍ଠ କାଠ କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଗୁରୁତର ।  କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ସେ ଚିକିତ୍ସିତ ହେଉଛନ୍ତି । କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡି଼ତ ହୋଇଥିଲେ । ଗତକାଲି ରାତିରେ ହଠାତ  ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଆବଶ୍ୟକ ହେଲେ ତାଙ୍କୁ କଟକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତରିତ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । କଣ୍ଢେଇ ନୃତ୍ୟକୁ ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ବିଶ୍ଵ ଦରବାରରେ ପରିଚିତ କରିଥିବାରୁ ତାଙ୍କୁ ଭାରତ ସରକାର ଗତବର୍ଷ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
maguni kuanr is serious | Argus News